ବିହାର ରାମ ନବମୀ ହିଂସା: ରୋହତସରେ ବନ୍ଦ ହେଲା ସ୍କୁଲ, ଗିରଫ ହେଲେ ୧୧୨ଜଣ

Advertisment
ବିହାର ରାମ ନବମୀ ହିଂସା: ରୋହତସରେ ବନ୍ଦ ହେଲା ସ୍କୁଲ, ଗିରଫ ହେଲେ ୧୧୨ଜଣ

indiatoday

ସାସାରାମ୍‌: ଶନିବାର ସନ୍ଧ୍ୟା ବେଳେ ବିହାର ରାଜ୍ୟରେ ସାନି ସଂଘର୍ଷ ହେବା ପରେ ରୋହତସର ସାସାରାମ୍‌ ସହରରେ ସ୍ଥିତି ଅସମ୍ଭାଳ ହୋଇଛି। ରୋହତସ ଓ ନାଳନ୍ଦ‌ାରେ ହୋଇଥିବା ହିଂସା‌ ପାଇଁ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲାଗି ନଷ୍ଟ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଦୁଇ ସହରରେ ସାନି ହିଂସା ଆରମ୍ଭ ହେବା ପରେ ବିହାର ସରିଫ ଏବଂ ନାଳନ୍ଦ‌ାରୁ ସମୁଦାୟ ୧୧୨ଜଣଙ୍କୁ ଗିରଫ କରାଯାଇଛି।

ସାସkରାମ ସହରରେ ଘଟିଥିବା ହିଂସା ପାଇଁ ବିହାରର ରୋହତସ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଏପ୍ରିଲ ୪ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହା ସହିତ ସମସ୍ତ କୋଚିଂ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ବିହାର ପୁଲିସ କହିବା ଅନୁସାରେ, ଶନିବାର ରୋହ୍‌ତାସ୍‌ର ସାସାରାମ୍‌ରେ ବୋମା ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ତୁରନ୍ତ ସେଠାକୁ ଫୋରେନ୍‌ସିକ୍‌ ଟିମ୍‌କୁ ପଠାଯାଇଥିଲା। ଯାଞ୍ଚ ପରେ ଗୋଟାଏ କୁଡ଼ିଆ ଘରେ ବୋମା ବିସ୍ଫୋରଣ ଘଟିଥିବା ଜଣାପଡ଼ିଥିଲା ଓ ସେ ଅଞ୍ଚଳରୁ ଗୋଟାଏ ସ୍କୁଟି ଉଦ୍ଧାର କରାଯାଇଥିଲା। ଏହା ସାମ୍ପ୍ରଦାୟିକ ଘଟଣା ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାକୁ ନେଇ ୨ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe