ବିହାର ଏସ୍‌ଆଇଆର୍‌: ବାଦ୍‌ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ନାମ ସାର୍ବଜନୀନ ହେବ

ବିହାରରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୬୫ ଲକ୍ଷ ଲୋକଙ୍କ ନାମ ହଟାଇବାର କାରଣ ସହିତ ନିର୍ବାଚନ କମିସନଙ୍କ ୱେବ୍‌ସାଇଟରେ ଅପଲୋଡ୍ କରିବାକୁ ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିସନଙ୍କୁ କହିଛନ୍ତି।

sfsfsfsfsfcx

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୬୫ ଲକ୍ଷ ଲୋକଙ୍କ ନାମ ହଟାଇବାର କାରଣ ସହିତ ନିର୍ବାଚନ କମିସନଙ୍କ ୱେବ୍‌ସାଇଟରେ ଅପଲୋଡ୍ କରିବାକୁ ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିସନଙ୍କୁ କହିଛନ୍ତି। ନିର୍ବାଚନ କମିସନ ଅଦଦଲତଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ସମସ୍ତ ନାମ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି କହିଛନ୍ତି। ଏହି ତାଲିକାକୁ ସାର୍ବଜନୀନ କରାଗଲେ ହିଁ ପ୍ରତ୍ୟେକ ଭୋଟର ସଚେତନ ହୋଇପାରିବେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କ ନାମ ଭୁଲ ଭାବରେ ହଟାଇ ଦିଆଯାଇଛି ସେମାନେ ଆଧାର କାର୍ଡର ଏକ କପି ସହିତ ନିଜର ଦାବି ଦାଖଲ କରିପାରିବେ। 

ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍‌ର ଶୁଣାଣି କରି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଉଲ୍ଲେଖ କରିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ତାଲିକାରୁ ବାଦ୍ ପଡ଼ିଥିବା ୬୫ ଲକ୍ଷ ଲୋକଙ୍କ ମଧ୍ୟରୁ ୨୨ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଯଦି ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି, ତେବେ ବୁଥ୍ ସ୍ତରରେ ଏହାକୁ କାହିଁକି ପ୍ରକାଶ କରାଯାଉନାହିଁ? ଆମେ ଚାହୁ ନାହୁଁ ନାଗରିକଙ୍କ ଅଧିକାର ରାଜନୈତିକ ଦଳ ଉପରେ ନିର୍ଭରଶୀଳ ହେଉ। ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ଆମେ ଭାରତର ନିର୍ବାଚନ କମିସନଙ୍କ କଥା ଶୁଣିଛୁ। ଶୁଣାଣି ସମୟରେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ନେଇ ସହମତି ପ୍ରକାଶ ପାଇଛି। ନିର୍ବାଚନ ଆୟୋଗ ୨୦୨୫ ତାଲିକାରେ ଯେଉଁ ୬୫ ଲକ୍ଷ ଭୋଟରଙ୍କ ନାମ ରହିଛି, କିନ୍ତୁ ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ ସେମାନଙ୍କ ତାଲିକା ଜିଲ୍ଲାସ୍ତରୀୟ ୱେବ୍‌ସାଇଟ୍‌ରେ ପ୍ରଦର୍ଶିତ କରିବ। ଏହି ତାଲିକାରୁ ବାଦ୍ ପଡ଼ିବାର କାରଣ ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe