ଚିକିତ୍ସା ପାଇଁ ଡାକି ଟେକି ନେଲେ, ପରେ ବନ୍ଧୁକ ମୁନରେ ଜବରଦସ୍ତ କରାଇଲେ ଡାକ୍ତରଙ୍କ ବିବାହ

Advertisment
ଚିକିତ୍ସା ପାଇଁ ଡାକି ଟେକି ନେଲେ, ପରେ ବନ୍ଧୁକ ମୁନରେ ଜବରଦସ୍ତ କରାଇଲେ ଡାକ୍ତରଙ୍କ ବିବାହ

ନୂଆଦିଲ୍ଲୀ: ପୁଣି ବିହାରରେ ‌ହେଲା 'ପକଡୱା ବିବାହ'। ବିହାରର ବେଗୁସରାଇରେ ଜଣେ ପ୍ରାଣୀ ଚିକିତ୍ସକକୁ ଅସୁସ୍ଥ ଗାଈର ଚିକିତ୍ସା ପାଇଁ ଡାକି ତାଙ୍କର ଜୋର ଜବରଦସ୍ତ ବିବାହ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତଙ୍କ ବାପା ଏ ନେଇ ଏବେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ପାଇବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବେଗୁସରାଇର ଏସପି ଯୋଗେନ୍ଦ୍ର କୁମାର।

ମିଳିଥିବା ସୂଚନା ମୁତାବକ, ଦିନ ୧୨ଟାରେ ପ୍ରାଣୀ ଚିକିତ୍ସକଙ୍କୁ ଏକ ଅସୁସ୍ଥ ଗାଈର ଚିକିତ୍ସା ପାଇଁ ଡକାଯାଇଥିଲା। ଏହା ପରେ ୩ଜଣ ଲୋକ ତାଙ୍କୁ ସେଠାରୁ ବଳପୂର୍ବକ ଅପହରଣ କରିନେଇଥିଲେ। ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରାଯାଇ ତାଙ୍କର ବିବାହ କରାଯାଇଥିବା ବେଳେ ଏବେ ବିବାହର ଫଟୋ ଭାଇରାଲ ହୋଇଛି।

ତେବେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ‌ରେ 'ପକଡୱା ବିବାହ' ଅତି ସାଧାରଣ। ଏହି ୩ଟି ରାଜ୍ୟରେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିବା ଯୁବକଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇ ଜୋର ଜବରଦସ୍ତ ସେମାନଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଏ। କିଛି ବର୍ଷ ପୂର୍ବେ ବିହାରର ଜଣେ ଇଞ୍ଜିନିୟରଙ୍କ ସହ ଘଟିଥିବା ସମାନ ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ବୋକାରୋ ଷ୍ଟିଲ ପ୍ଲାଣ୍ଟର ଜୁନିଅର ମ୍ୟାନେଜର ଭାବେ କାମ କରୁଥିବା ୨୯ବର୍ଷିୟ ବିନୋଦ କୁମାରଙ୍କୁ ପାଟଣାର ପାଣ୍ଡାର୍କ ଅଞ୍ଚଳରେ ଜଣେ ମହିଳାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା। କୁମାର ବର ପରି ସଜ ହେବା ପାଇଁ ଓ ବିବାହ ନକରିବା ପାଇଁ ନେହୁରା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା, ଯାହାକୁ ନିନ୍ଦା କରିଥିଲେ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe