ଡାକ୍ତରଖାନାରେ ପାଣି ବଦଳରେ କର୍ମଚାରୀ ଦେଇ ଥିବା ଏସିଡ୍‌ ପିଇ ମହିଳା ମୃତ

Advertisment
ଡାକ୍ତରଖାନାରେ ପାଣି ବଦଳରେ କର୍ମଚାରୀ ଦେଇ ଥିବା ଏସିଡ୍‌ ପିଇ ମହିଳା ମୃତ

Image Courtesy of India TV

ମୁଜାଫରପୁର: ଏକ ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ ପାଣି ବଦଳରେ ଜଣେ ମହିଳାଙ୍କୁ ଏସିଡ୍‌ ଦେଇ ଦେବାରୁ ତାକୁ ପିଇ ତାଙ୍କର ମୃତ୍ୟୁ ଘଟିଛି। ଆଖିରେ ଅସ୍ତ୍ରୋପଚାର ପରେ ୬୦ ବର୍ଷୀୟ ଶ୍ୟାମଳୀ ଦେବୀଙ୍କୁ ସେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଔଷଧ ଖାଇବାକୁ ଶ୍ୟାମଳୀ ଦେବୀ ପାଣି ମାଗିବାରୁ ସଫା ତରଳ ପଦାର୍ଥ ଥିବା ବୋତଲଟିଏ ତାଙ୍କୁ ଧରାଇ ଦିଆଯାଇଥିଲା। ସେ ବୋତଲରେ ଥିବା ତରଳ ପଦାର୍ଥ ହେଉଛି ଏସିଡ୍‌। ତାକୁ ପିଇଦେବା ଯୋଗୁଁ ଶ୍ୟାମଳୀ ଦେବୀଙ୍କର ମୃତ୍ୟୁ ଘଟିଲା ବୋଲି ଜଣାପଡ଼ିଛି।

ଘଟଣାଟି ଘଟିଛି ମୁଜାଫରପୁର ଅନ୍ତର୍ଗତ ବ୍ରହ୍ମପୁର ଥାନା ଅଧୀନସ୍ଥ ଏକ ଘରୋଇ ହସ୍‌ପିଟାଲ୍‌ରେ।

ପୁଲିସ କହିବା ଅନୁସାରେ, ଆଖି ଅପରେସନ୍‌ ପରେ, ଉକ୍ତ ମହିଳାଙ୍କୁ ଔଷଧ ଦିଆ ଯାଇଥିଲା। ବଟିକା ଗିଳିବାକୁ ପାଣି ମାଗିବାରୁ ଜଣେ ପାରାମେଡିକାଲ୍‌ ଷ୍ଟାଫ୍‌ ପାଣି ପଶିଛି ବୋଲି ଭାବି ବୋତଲଟିଏ ବଢ଼ାଇ ଦେଇଥିଲେ। ତାକୁ ପିଇବା ପରେ ଶ୍ୟାମଳୀ ଦେବୀ ବାନ୍ତି କରିବା ସହ ଖୁବ୍‌ ଅଇ କରିଥିଲେ।

ବୋତଲ ଦେଇ ଥିବା କର୍ମଚାରୀ ଜଣକ ତୁରନ୍ତ ଅପରେସନ୍‌ କରିଥିବା ଡାକ୍ତରଙ୍କୁ ଡାକିଥିଲେ। ତୁରନ୍ତ ଶ୍ୟାମଳୀ ଦେବୀଙ୍କୁ ନିକଟସ୍ଥ ଏକ ନର୍ସିଙ୍ଗ୍‌ହୋମ୍‌କୁ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ଦେହାନ୍ତ ହୋଇ ଯାଇଛି।

ଏସିଡ୍‌ ପିଇଦେବା ପରେ ଶ୍ୟାମଳୀ ଦେବୀଙ୍କର ପାଟି, ତଣ୍ଟି ଆଦି ଅନେକ ସ୍ଥାନ ପୋଡ଼ି ଯାଇଥିଲା।

କଥା କହିବା ପରିସ୍ଥିତିରେ ନ ଥିବାରୁ ପୁଲିସ ତାଙ୍କ ଠାରୁ ବୟାନ ରେକର୍ଡ କରି ପାରି ନାହିଁ ବୋଲି କହିଛି। ସେ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ଏତଲା ଦାଏର୍‌ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe