ଗିରଫ ହେଲେ ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ଘଟଣାର ଜାଲ୍‌ ଭିଡିଓ କରିଥିବା ବିହାର ୟୁଟ୍ୟୁବର୍‌

Advertisment
ଗିରଫ ହେଲେ ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ଘଟଣାର ଜାଲ୍‌ ଭିଡିଓ କରିଥିବା ବିହାର ୟୁଟ୍ୟୁବର୍‌

ପାଟନା: ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ଜାଲ୍‌ ଭିଡିଓ ପ୍ରସ୍ତୁତ କରିଥିବା ଲୋକପ୍ରିୟ ବିହାରୀ ‘ୟୁଟ୍ୟୁବର୍‌’ ମନୀଷ କଶ୍ୟପଙ୍କୁ ଆଜି ସକାଳେ ଗିରଫ କରାଯାଇଛି।

ଜାଲ୍‌ ଭିଡିଓ ପ୍ରସ୍ତୁତି ଅଭିଯୋଗରେ ବିହାର ଓ ତାମିଲନାଡୁ ପୁଲିସ ତାଙ୍କ ନାଁରେ କେତେଗୁଡ଼ିଏ ମାମଲା ରୁଜୁ କରିଥିଲେ। ମନୀଷଙ୍କ ଗିରଫଦାରି ହେଉଛି ଏହି ମାମଲାରେ ତୃତୀୟ ଗିରଫଦାରି।

ମନୀଷଙ୍କ ସମ୍ପତ୍ତି ‘ଆଟାଚ୍‌’ କରିବା ଲାଗି ବିହାର ପୁଲିସ ଓ ତା’ର ଆର୍ଥିକ ଅପରାଧ ୟୁନିଟ୍‌ ତାଙ୍କ ବାସଭବନରେ ପହଞ୍ଚିବାରୁ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେତ୍ତିୟା ଅନ୍ତର୍ଗତ ଜଗଦୀଶପୁର ଥାନାରେ ଗିରଫ କରାଯାଇଛି। ତାମିଲନାଡୁରେ କାର୍ଯ୍ୟରତ ବିହାରୀ ପ୍ରବାସୀ ଶ୍ରମିକମାନଙ୍କ ଉପରେ ମିଥ୍ୟା ଏବଂ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ ମାମଲାରେ ସେ ଅନ୍ୟତମ ଅଭିଯୁକ୍ତ।

publive-image

ତାମିଲନାଡୁରେ ପ୍ରବାସୀ ଶ୍ରମଜୀବୀମାନଙ୍କୁ ହତ୍ୟା ଓ ମାରଧର କରାଯିବା ଦୃଶ୍ୟସମ୍ବଳିତ ଜାଲ୍‌ ଭିଡିଓ ପ୍ରସାରଣ କରିବାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବିହାର ପୁଲିସର ଆର୍ଥିକ ଅପରାଧ ୟୁନିଟ୍‌ କଶ୍ୟପ ଓ ଅନ୍ୟମାନଙ୍କ ନାମରେ ୩ଟି ମାମଲା ରୁଜୁ କରିଛି।

ମାର୍ଚ ୧୫ ତାରିଖ ଦିନ ମନୀଷ କଶ୍ୟପ ଓ ଯୁବରାଜ ସିଂହ ରାଜପୁତଙ୍କ ନାମରେ ଗିରଫ ପର୍‌ୱାନା ପାଇବା ପରେ ରାଜ୍ୟ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ସେମାନଙ୍କୁ ଗିରଫ କରିବା ଲାଗି ଅନ୍ୟ ରାଜ୍ୟମାନଙ୍କରେ ବି ଚଢ଼ଉ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe