ବାପା ହେଲେ ତେଜସ୍ବୀ ଯାଦବ, ଟ୍ବିଟ୍‌ କରି ବ୍ୟକ୍ତ କଲେ ଖୁସି

Advertisment
ବାପା ହେଲେ ତେଜସ୍ବୀ ଯାଦବ, ଟ୍ବିଟ୍‌ କରି ବ୍ୟକ୍ତ କଲେ ଖୁସି

ନୂଆଦିଲ୍ଲୀ: ବାପା ହୋଇଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଏ ନେଇ ସୂଚନା ତେଜସ୍ୱୀ ଯାଦବ ନିଜେ ଦେଇଛନ୍ତି। ତେଜସ୍ୱୀ ଯାଦବ ଏକ ଟୁଇଟ୍ କରି ଲେଖିଛନ୍ତି, ‘ଈଶ୍ବର ଆନନ୍ଦିତ ହୋଇ କନ୍ୟା ରତ୍ନକୁ ଉପହାର ଆକାରରେ ପଠାଇଛନ୍ତି।’

publive-image ndtv.in

ତେଜସ୍ବୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏକ ଟ୍ବିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ରୋହିଣୀ ଟ୍ବିଟ୍‌ କରିବାର ୬ ମିନିଟ୍‌ ପରେ ତେଜସ୍ବୀ ଟିଟ୍‌ କରିଛନ୍ତି। ଘରକୁ କନ୍ୟା ରତ୍ନ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସୁଖର ସୀମା ନାହିଁ।

ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ‘ମୋ ଘର ପ୍ରାଙ୍ଗଣରେ ଆଜି ଖୁସିର ସଂଗୀତ ଶୁଭୁଛି, ଭଗବାନ ଏପରି ଏକ ଖୁସିର ଉପହାର ଦେଇଛନ୍ତି।’ ରୋହିଣୀ ଆଚାର୍ଯ୍ୟଙ୍କ ଟ୍ୱିଟର ପ୍ରାୟ ଛଅ ମିନିଟ୍ ପରେ ତେଜସ୍ୱୀ ଯାଦବ ଆଜି ସକାଳ ୯.୫୩ ଏକ ଟ୍ବିଟ୍‌ କରିଛନ୍ତି। ଏହା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ନେତା ତଥା କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ତେଜସ୍ୱୀ ଯାଦବ ୨୦୨୧ ଡିସେମ୍ବର ୯ ତାରିଖରେରେ ବିବାହ କରିଥିଲେ। ରୋହିଣୀ ଯାଦବ ଏହି ବିବାହରେ ଯୋଗ ଦେଇପାରିନଥିଲେ, କିନ୍ତୁ ସେ ଟ୍ୱିଟର ମାଧ୍ୟମରେ ବର ଏବଂ  କନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe