ମେହନ୍ତରାଣୀଙ୍କୁ ‘ଡେପୁଟି-ମେୟର୍‌’ ଭାବେ ନିର୍ବାଚିତ କରି ଇତିହାସ ରଚିଲା ବିହାରର ଗୟା

Advertisment
ମେହନ୍ତରାଣୀଙ୍କୁ ‘ଡେପୁଟି-ମେୟର୍‌’ ଭାବେ ନିର୍ବାଚିତ କରି ଇତିହାସ ରଚିଲା ବିହାରର ଗୟା

Image Courtesy of NDTV

ପାଟନା: ବିଗତ ୪୦ ବର୍ଷ ଧରି ମେହନ୍ତର କାମ କରୁଥିବା ଜଣେ ମହିଳାଙ୍କୁ ପୌର ନିର୍ବାଚନରେ ସରକାରୀ କାର୍ଯ୍ୟାଳୟର ଉଚ୍ଚ ପଦବୀକୁ ନିର୍ବାଚିତ କରି ବିହାରର ଗୟା ଇତିହାସ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ନିକଟ ଅତୀତରେ ଆୟୋଜନ କରାଯାଇଥିବା ପୌର ନିର୍ବାଚନରେ ଚିନ୍ତା ଦେବୀ ନାମ୍ନୀ ଉକ୍ତ ମହିଳା ଗୟାର ଡେପୁଟି ମେୟର୍‌ ଭାବେ ନିର୍ବାଚିତା ହୋଇଛନ୍ତି।

ଅବଶ୍ୟ ଗୟାରେ ଏଭଳି ଘଟଣା ନୂଆ ନୁହେଁ। ଭଗବତୀ ଦେବୀ ନାମରେ ମୁସାହାର୍‌ ସମ୍ପ୍ରଦାୟର ଜଣେ ମହିଳା ୧୯୯୬ରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍‌) ଟିକେଟ୍‌ରେ ଗୟା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ବୃତ୍ତିରେ ଭଗବତୀ ଥିଲେ ଜଣେ ପଥର ଖଦାନ ଶ୍ରମିକ।

ଗୟାର ମେୟର୍‌ ଭାବେ ନିର୍ବାଚିତ ହୋଇଥିବା ଗଣେଶ ପାସୱନ୍‌ କହିଛନ୍ତି, ଗୟା ହେଉଛି ଏଭଳି ଏକ ସ୍ଥାନ ଯେଉଁଠି ଲୋକେ ବୋଧିତ୍ତ୍ବର ସନ୍ଧାନ ନିଅନ୍ତି। ଏ ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରୁ ଜଣେ ମୁସାହାର ମହିଳା ଲୋକସଭାକୁ ଯାଇ ପାରନ୍ତି। ଅଳ୍ପ କେତୋଟି ଶୌଚାଳୟ ଥିବା ବେଳେ  ଜଣେ ପରିମଳ କର୍ମଚାରିଣୀ ଭାବେ ମୁଣ୍ଡରେ ମନୁଷ୍ୟ ମଳ ବୋହି ନେଉଥିବା ଚିନ୍ତା ଦେବୀଙ୍କୁ ନିର୍ବାଚିତ କରି ଏଥର ‌ଜନସାଧାରଣ, ସମ୍ଭବତଃ ସମଗ୍ର ବିଶ୍ବ ପାଇଁ, ଗୋଟାଏ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଐତିହାସିକ ଘଟଣା।

ସୂଚନାଯୋଗ୍ୟ, ଚିନ୍ତା ଦେବୀ ଜଣେ ପରିମଳ କର୍ମଚାରୀ ଭାବେ କାର୍ଯ୍ୟ କରିବା ସହିତ ପନିପରିବା ବିକ୍ରୟ କରୁଥିଲେ। ପୂର୍ବତନ ଡେପୁଟି ମେୟର୍‌ ମୋହନ ଶ୍ରୀବାସ୍ତବ ମଧ୍ୟ ଚିନ୍ତା ଦେବୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଜିଣି ସେ ଇତିହାସ ରଚିଛନ୍ତି। ଦଳିତମାନଙ୍କୁ ସମର୍ଥନ କରି ସହରବାସୀ ତାଙ୍କୁ ସମାଜରେ ଅଗ୍ରଣୀ କରାଇବା ପାଇଁ ପ୍ରୟାସ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe