ବିଜାପୁରରେ ମାଓବାଦୀଙ୍କ ଆକ୍ରମଣ ଘଟଣା: ଗୁଇନ୍ଦା ସୂଚନା ପଛରେ ଷଡ଼ଯନ୍ତ୍ର ଥିଲା

Advertisment

ଜଳଶୂନ୍ୟତା ପାଇଁ ମୃତ୍ୟୁ ସଂଖ୍ୟା ଅଧିକ ହେଲା

ଜଳଶୂନ୍ୟତା ପାଇଁ ମୃତ୍ୟୁ ସଂଖ୍ୟା ଅଧିକ ହେଲା

ବିଜାପୁରରେ ମାଓବାଦୀଙ୍କ ଆକ୍ରମଣ ଘଟଣା: ଗୁଇନ୍ଦା ସୂଚନା ପଛରେ ଷଡ଼ଯନ୍ତ୍ର ଥିଲା

ନୂଆଦିଲ୍ଲୀ : ଛତିଶଗଡ଼ର ବିଜାପୁର ସୀମା ଜଂଗଲରେ ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମାର ଗତିବିଧି ନେଇ ମିଳିତ ସୁରକ୍ଷା ବାହିନୀକୁ ଯେଉଁ ଗୁଇନ୍ଦା ଖବର ମିଳିଥିଲା ତାହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଜଣାପଡ଼ିଛି। ତେବେ ଯବାନଙ୍କ ଉପରେ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରି ହିଁ ହିଡ଼ମା ଏହି ଖବର ପ୍ରଚାର କରାଇଥିଲା ବୋଲି କୁହାଯାଉଛି। ବିଭିନ୍ନ ସୂତ୍ରରୁ ଆସିଥିବା ତଥ୍ୟ ଆଧାରରେ ସିଆର୍‌ପିଏଫ୍‌, ଡିଆର୍‌ଜି, ଏସ୍‌ଟିଏଫ୍‌ ଏବଂ କୋବ୍ରା ଯବାନ ମିଳିତ ଅପରେସନ ଆରମ୍ଭ କରିଥିଲେ। ତେବେ ମାଓବାଦୀମାନେ ସୁରକ୍ଷା ବାହିନୀକୁ ଚକ୍‌ମା ଦେଇ ଅପ୍ରତ୍ୟାଶିତ ଆକ୍ରମଣ ଆରମ୍ଭ କରିବାକୁ ସକ୍ଷମ ହୋଇଥିଲେ ଏବଂ ଏଥିରେ ୨୨ ଯବାନ ସହିଦ ହୋଇଗଲେ। ତେବେ ବିଭିନ୍ନ ସୂତ୍ରରୁ ଆସିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ଅଗ୍ରସର ହେଉଥିବା ଯବାନ ମାଓବାଦୀଙ୍କ ଜାଲରେ ଏଭଳି ଫସିବେ ବୋଲି କେହି କଳ୍ପନା କରିନଥିଲେ।

publive-image

ଘଟଣାସ୍ଥଳରେ ତଦନ୍ତ ଚଳାଇଥିବା କେତେକ ଅଧିକାରୀ କହିଛନ୍ତି ଯେ ଅପରେସନରେ ସାମିଲ ଥିବା କେତେକ ଯବାନ ଜଳଶୂନ୍ୟତା (ଡିହାଇଡ୍ରେସନ) ପାଇଁ ମଧ୍ୟ ପ୍ରାଣ ହରାଇଛନ୍ତି ଅନେକ ଯବାନ ସେମାନଙ୍କ ବୋଝ କମାଇବା ପାଇଁ ଯଥେଷ୍ଟ ପାଣି ଏବଂ ଖାଦ୍ୟ ସାଙ୍ଗରେ ନେଇନଥିଲେ। ଅତର୍କିତ ଭାବେ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର ଦୀର୍ଘ ସମୟ ଧରି ଚାଲିବ ବୋଲି କାହାର ଧାରଣା ନଥିଲା ଏବଂ ପ୍ରଚଣ୍ଡ ଗରମ ଭିତରେ ଜଳଶୂନ୍ୟତା ଯୋଗୁଁ ମଧ୍ୟ ‌ଅନେକ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ଅଧିକରୀ କହିଛନ୍ତି। ଏଥର ଆକ୍ରମଣରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବ୍ୟବହାର କରିନଥିଲେ ମଧ୍ୟ ମୃତାହତଙ୍କୁ ଉଦ୍ଧାରରେ ନିୟୋଜିତ ଟିମ୍‌ ବ୍ୟାପକ ସତର୍କତା ଅବଲମ୍ବନ କରିଥିଲେ। ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଶବଗୁଡ଼ିକୁ ଉଦ୍ଧାର କରିବାରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe