ବିହାର ବିଧାନସଭାରେ ନୂତନ ବାଚସ୍ପତି ହେଲେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା, ୧୨୬ ଭୋଟ ପାଇ ନିର୍ବାଚିତ ହେଲେ ବିଜୟ

Advertisment
ବିହାର ବିଧାନସଭାରେ ନୂତନ ବାଚସ୍ପତି ହେଲେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା, ୧୨୬ ଭୋଟ ପାଇ ନିର୍ବାଚିତ ହେଲେ ବିଜୟ

ପ‌ାଟନା: ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ଏନଡିର ବିଜୟ । ସଦନରେ ହଟ୍ଟଗୋଳ ସତ୍ତ୍ୱେ ବୁଧବାର ବିହାର ବିଧାନସଭାରେ ବାଚସ୍ପତିି ପଦ ପାଇଁ ମତଦାନ ହୋଇଛି । ଏହି ପଦ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଥିବା ବିଜେପି ବିଧାୟକ ବିଜୟ ସିହ୍ନା ବିଜୟଲାଭ କରିଛନ୍ତି । ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ୧୨୬ ଟି ଭୋଟ ମିଳିଥିବା ବେଳେ ମହାଗଠବନ୍ଧନ ପ୍ରାର୍ଥୀଙ୍କୁ ୧୧୪ ଟି ଭୋଟ ମିଳିଛି । ଫଳା ଫଳ ଆସିବା ପରେ ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ବାଚସ୍ପତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ନେଇଥିଲେ ଓ ଶୁଭେଚ୍ଛା ଜଣାଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିହାର ବିଧାନସଭାରେ ୫୦ ବର୍ଷ ପରେ ପ୍ରଥମଥର ବାଚସ୍ପତିି ପଦପାଇଁ ମତଦାନ ହୋଇଛି । ଏହି ମତଦାନ ବେଳେ ବିରୋଧୀଦଳର ନେତା ତେଜସ୍ୱୀ ଯାଦବ କହିଥିଲେ କି ପୁରା ଦେଶ ଦେଖୁଛି ଖୋଲା ଖୋଲି ଭାବେ ଏନଡିଏ କିଭଳି ଭୋଟ ଚୋରି କରୁଛି । ସେ ଅଭିଯୋଗ କରିଥିଲେ କି, ଯେଉଁମାନେ ବିଧାନସଭାରା ସଦସ୍ୟ ନୁହନ୍ତି ସେମାନେ ମତଦାନ ବେଳେ ସେଠାରୁ ବାହାରକୁ ଯା’ନ୍ତୁ । ଏହା ସିଧା ନୀତୀଶଙ୍କୁ ଟାର୍ଗେଟ୍ କରି ତେଜସ୍ୱୀ କହିଥିଲେ । ମୁଖ୍ୟତଃ ମତଦାନ ପ୍ରକ୍ରିୟା ଉପରେ ଆରଜେଡିର ବିଧାୟକମାନେ ଅଭିଯୋଗ ଆଣିଥିଲେ । ଆରଜେଡିର ବିଧାୟକମାନେ କହିଥିଲେ କି ଗୁପ୍ତ ଭାବେ ମତଦାନ କରାଯାଉ । ଯାହା ଫଳରେ ବିଧାୟକମାନେ ନିର୍ଭୟରେ ମତଦାନ କରିପାରିବେ । ହେଲେ ତାହାକୁ ଗ୍ରହଣ କରାଯାଇ ନଥିଲା । କହିରଖୁ କି, ମତଦାନର ଠିକ୍ ପୂର୍ବରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ଅଭିଯୋଗ କରିଥିଲେ କି ଲାଲୁ ଯାଦବ ଜେଲରୁ ଥାଇ ଏନଡିଏର ବିଧାୟକ ମାନଙ୍କୁ ମନ୍ତ୍ରୀ ପଦର ଲାଳଶା ଦେଇ ଆରଜେଡି ପ୍ରାର୍ଥୀକୁ ଭୋଟ ଦେବାକୁ ପ୍ରବର୍ତ୍ତାଉ ଥିଲେ । ଏନେଇ ବି ଏକ ଅଡିଓ କ୍ଲିପ୍ ଜାରି କରିଥିଲେ ସୁଶିଲ ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe