ଗାଈ ନେଲା ପ୍ରତିଶୋଧ ! ଧକ୍କା ଦେଇଥିବା ବାଇକ୍‌ ଆରୋହୀଙ୍କୁ ଶିଙ୍ଗରେ ଭୁସି ମାରିଲା

Advertisment
ଗାଈ ନେଲା ପ୍ରତିଶୋଧ !  ଧକ୍କା ଦେଇଥିବା ବାଇକ୍‌ ଆରୋହୀଙ୍କୁ ଶିଙ୍ଗରେ ଭୁସି ମାରିଲା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରେ ଗୋଟାଏ ବୁଲା ଗାଈକୁ ମଟରସାଇକେଲ୍‌ ଧକ୍କା ଦେଇଥିବା ଜଣେ ୨୭ ବର୍ଷିୟ ବ୍ୟକ୍ତିଙ୍କୁ ସେ ଗାଈଟି ଭୁସି ମାରି ପକାଇଛି।

ପୁଲିସ କହିବା ଅନୁସାରେ, ରବି ତକ୍ରାଲ୍‌ ନାମକ ଜଣେ ବ୍ୟକ୍ତି ମଟରସାଇକେଲ୍‌ ଚଳାଇ ଯାଉଥିବା ବେଳେ ଗୁରୁବାର ସନ୍ଧ୍ୟା ବେଳେ ବେଦ ପ୍ରକାଶ ଶାସ୍ତ୍ରୀ ମାର୍ଗରେ ଏହି ଘଟଣା ଘଟିଛି।

publive-image Pakistan Today

ତକ୍ରାଲ୍‌ ତାଙ୍କ ଘରୁ ତୋଡ଼ାପୁର ଯାଉଥିବା ବେଳେ ବୁଲା ଗୋରୁଟି ରାସ୍ତାକୁ ଚାଲି ଆସିଲା। ସେ ବ୍ରେକ୍‌ କଷିବା ପୂର୍ବରୁ ମଟର୍‌ସାଇକେଲ୍‌ ଗାଈ ଉପରେ ଧକ୍କା ଖାଇସାରିଥିଲା। ସ୍ଥାନୀୟ ଲୋକେ ପୁଲିସ କହିଛନ୍ତି ଯେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଈଟି ଶିଙ୍ଗ ଯୋଗେ ତକ୍ରାଲ୍‌ଙ୍କ ପେଟ ଫୁଟାଇ ଦେଲା। ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ଅବହେଳାଜନିତ ମୃତ୍ୟୁ ବୋଲି ରେଜିଷ୍ଟ୍ରି କରାଯାଇଥିବା କଥା ପୁଲିସ ଡେପ୍ୟୁଟି କମିସନର୍‌ ମନିକା ଭରଦ୍ୱାଜ କହିଛନ୍ତି। ସେ କହିଛନ୍ତି: ଗାଈର କେହି ମୁନିବ ଅଛନ୍ତି କି, ନାହିଁ ଆମେ ତଦନ୍ତ କରୁଛୁ। ଘଟଣାକ୍ରମ ଜାଣିବାକୁ ସିସିଟିଭି କ୍ୟାମେରା ଯାଞ୍ଚ୍‌ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe