ଲାଲକିଲାରୁ ସାଂସଦଙ୍କ ତ୍ରିରଙ୍ଗା ବାଇକ୍‌ ଯାତ୍ରା: ବିରୋଧୀ ସାଂସଦ ଯୋଗ ଦେଲେନି, ବର୍ଷିଲା ବିଜେପି

Advertisment
ଲାଲକିଲାରୁ ସାଂସଦଙ୍କ ତ୍ରିରଙ୍ଗା ବାଇକ୍‌ ଯାତ୍ରା: ବିରୋଧୀ ସାଂସଦ ଯୋଗ ଦେଲେନି, ବର୍ଷିଲା ବିଜେପି

The Quint

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଆଜି ଦିଲ୍ଲୀରେ ସଂସଦ ସଦସ୍ୟଙ୍କ ପାଇଁ ତ୍ରିରଙ୍ଗା ବାଇକ୍‌ ରୢାଲିର ଶୁଭାରମ୍ଭ କରିଛନ୍ତି। ୭୫ତମ ସ୍ବାଧୀନତା ଦିବସ ପାଳନ ପାଇଁ ଆରମ୍ଭ ହୋଇଥିବା ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ନାଇଡୁ ଆଜି ଏହି ତିରଙ୍ଗା ବାଇକ ରୢାଲି ଆରମ୍ଭ କରିଛନ୍ତି। ତେବେ ବିରୋଧୀ ସାଂସଦମାନେ ଏହି ତ୍ରିରଙ୍ଗା ରୢାଲିରେ ଯୋଗ ଦେଇନଥିବାରୁ ବିଜେପି ଏହାର କଡ଼ା ସମାଲୋଚନା କରିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଐତିହାସିକ ଲାଲକିଲାରୁ ଆମେ ତ୍ରିରଙ୍ଗା ଯାତ୍ରା ଆରମ୍ଭ କଲୁ। ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ଯୁବନେତାମାନେ ଏଥିପାଇଁ ଏକଜୁଟ ହୋଇଛନ୍ତି ଏବଂ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ବିଟ୍‌ କରି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, କେବଳ ଶାସକ ଏନ୍‌ଡିଏର ମେଣ୍ଟ ସହଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ‌ଦେଖିବାକୁ ମିଲିଛି। କଂଗ୍ରେସ, ଟିଏମ୍‌ସି, ଆପ୍‌ ଏବଂ ସପା ଏଥିରେ ସାମିଲ ହୋଇନାହାନ୍ତି। ତ୍ରିରଙ୍ଗା କୌଣସି ଦଳର ନା’ ଦେଶର। ରାଷ୍ଟ୍ରପତିଙ୍କଠାରୁ ଆ‌ରମ୍ଭ କରି ତ୍ରିରଙ୍ଗା ପର୍ଯ୍ୟନ୍ତ ଏତେ ଅପମାନ କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe