ଦିଲ୍ଲୀ ନଗର ନିଗମର ଅଧିକାରୀ ହୋଇ ବାଇକ୍ ଚୋରି କରିବାକୁ ଆସିଥିଲେ, ଏଭଳି କାବୁ କଲେ ଆପାର୍ଟମେଣ୍ଟ ସିକ୍ୟୁରିଟି ଗାର୍ଡ

ଦିଲ୍ଲୀ ନଗର ନିଗମର ଅଧିକାରୀ ହୋଇ ବାଇକ୍ ଚୋରି କରିବାକୁ ଆସିଥିଲେ, ଏଭଳି କାବୁ କଲେ ଆପାର୍ଟମେଣ୍ଟ ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ: ଚୋରକୁ ଧରିଲେ ସିକ୍ୟୁରିଟି ଗାର୍ଡ। ବାଇକ ଚୋରି କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ଦୁଇ ଚୋରଙ୍କୁ ଏକ ଆପାର୍ଟମେଣ୍ଟର ସୁକ୍ୟରିଟି ଗାର୍ଡ ଯେଉଁଭଳି ଭାବେ କାବୁ କରିଥିଲେ, ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀର କାଲକାଜୀ ଏକ୍ସଟେନ୍ସନର ଏଭରେଷ୍ଟ ଆପାର୍ଟମେଣ୍ଟ ସୋସାଇଟିରେ ଏହି ଘଟଣା ଘଟିଥିବା ବେଳେ ସୋସାଇଟିର ମୁଖ୍ୟ ଫାଟକ ବନ୍ଦ କରି ଚୋରକୁ ସିକ୍ୟୁରିଟି ଗାର୍ଡ କାବୁ କରିଥିବା ଜଣାପଡ଼ିଛି।

ଭାଇରାଲ ହେଉଥିବା ସିସିଟିଭି ଭିଡିଓରେ ଦେଖାଯାଇଛି ଯେ, ବାଇକ୍ ଚୋରି କରିବା ପରେ ଦୁଇଜଣ ଯୁବକ ସୋସାଇଟିରୁ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ସିକ୍ୟୁରିଟି ଗାର୍ଡ ସୋସାଇଟିର ମୁଖ୍ୟ ଫାଟକ ବନ୍ଦ କରିଦେବାରୁ ଦୁଇ ଜଣ ଯୁବକ ଫାଟକରେ ପିଟି ହୋଇ ତଳେ ପଡ଼ିଯାଉଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଲୋକମାନେ କାବୁ କରିଥିବା ବେଳେ ଅନ୍ୟଜଣେ ଖସି ପଳାଇଥିବା ଜଣାପଡ଼ିଛି। ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ଏହା ଭାଇରାଲ ହେଉଛି।

ମିଳିଥିବା ସୂଚନା ମୁତାବକ, ଚୋରମାନେ ଦିଲ୍ଲୀ ନଗର ନିଗମ (ଏମସିଡି) ର ଅଧିକାରୀ ଭାବରେ ଘରର ଯାଞ୍ଚ କରିବାକୁ ଆସିଥିଲେ। ଆପାର୍ଟମେଣ୍ଟକୁ ଜଣେ କୋରିଅର ବଏ ଆସିଥିବା ବେଳେ ସେ ନିଜ ବାଇକରେ ଚାବି ଲଗାଇ କୋରିଅର ଦେବାକୁ ଯାଇଥିଲେ। ଏହି ସମୟରେ ଚୋରମାନେ କୋରିଅର ବଏଙ୍କ ବାଇକ ନେଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe