oneindia.com
ନୂଆଦିଲ୍ଲୀ : ତେଲେଙ୍ଗାନା ଟ୍ରାଫିକ ପୁଲିସ ଜଣେ ବାଇକ୍ ଆରୋହୀଙ୍କୁ ଦେଇଥିବା ଚାଲାଣକୁ ନେଇ ଟୁଇଟ୍ରରେ ଟ୍ରୋଲିଂର ଶିକାର ହୋଇଥିଲେ । କିନ୍ତୁ ପରେ ଚତୁରତାର ସହ ଟୁଇଟ୍ର ଜବାବ ଦେଇ ଟ୍ରୋଲର୍ସମାନଙ୍କୁ ଉଚିତ ଜବାବ ଦେବାରେ ସଫଳ ହୋଇଥିଲେ ତେଲେଙ୍ଗାନା ଟ୍ରାଫିକ ପୁଲିସ ।
ସୂଚନା ମୁତାବକ, ଗାଡ଼ିରେ ଦୁଇଜଣ ଯାଉଥିବା ବେଳେ ଭୁଲବଶତଃ ୩ଜଣ ଯାଉଥିବା ଲେଖି ଚାଲାଣ କାଟିଥିଲେ ଟ୍ରାଫିକ ପୁଲିସ । ସିସିଟିଭି କ୍ୟାମେରାରେ ଆସିଥିବା ଫଟୋକୁ ଦେଖି ଚାଲାଣ କଟା ଯାଇଥିଲା । ଫଟୋରେ ଦୁଇଜଣ ବସିଥିବା ବାଇକ୍ ଆଗରେ ଆଉ ଜଣେ ବ୍ୟକ୍ତି ବାଇକ୍ ଧରି ଠିଆ ହୋଇଥିଲେ । ଯାହାକୁ ଭୁଲରେ ଟ୍ରାଫିକ ପୁଲିସ ୩ଜଣ ବସିଥିବା ବୋଲି ଭାବି ଚାଲାଣ କାଟି ଦେଇଥିଲେ ।
ଯାହା ପରେ ଚାଲାଣ ମିଳିଥିବା ଯୁବକ ଫଟୋକୁ ଟୁଇଟ୍ କରି ଟ୍ରାଫିକ ପୁଲିସଙ୍କୁ ଟ୍ରୋଲ କରିଥିଲେ । ଟୁଇଟ୍ରେ, ଆମେ ବାଇକ୍ରେ ଦୁଇ ଜଣ ଥିଲୁ, ସାର୍ । କିନ୍ତୁ ପୁଲିସ ୩ଜଣ ବସିଥିବା କହି ଆମର ଚାଲାଣ କାଟିଛନ୍ତି ବୋଲି ଲେଖିଥିଲେ । ଏଭଳି ଟୁଇଟ୍ ଆସିବାର କିଛି ସମୟ ପରେ ଟ୍ରାଫିକ ପୁଲିସ ରି-ଟୁଇଟ୍ କରି, ଆମେ ଆମ ଭୁଲ ସ୍ୱୀକାର କରି ନେଉଛୁ । ଟ୍ରିପଲ ରାଇଡିଂ ବଦଳରେ ହେଲ୍ମେଟ ନ ପିନ୍ଧିଥିବାରୁ ଚାଲାଣ କାଟୁଛୁ ବୋଲି ଲେଖିଥିଲେ । ଟ୍ରାଫିକ ପୁଲିସଙ୍କ ଏଭଳି ଜବାବକୁ ଟୁଇଟ୍ର ପ୍ରଶଂସା କରାଯାଉଥିବା ଦେଖା ଯାଇଛି ।
Follow Us