ବିଲକିସ୍‌ ବାନୋ ମାମଲା: ରେକର୍ଡ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Advertisment
ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ନୂଆଦିଲ୍ଲୀ : ବିଲକିସ ବାନୋ ମାମଲାରେ ସମ୍ପୂର୍ଣ୍ଣ ବିଚାରଣ ରେକର୍ଡ ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବାନୋଙ୍କୁ ଗଣଦୁଷ୍କର୍ମ ମାମଲାରେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ସମସ୍ତ ୧୧ ଜଣ ଦୋଷୀଙ୍କୁ କ୍ଷମା କରି ଜେଲ୍‌ରୁ ମୁକ୍ତ କରାଯାଇଥିଲା। ଗୁଜରାଟ ସରକାରଙ୍କ କ୍ଷମା ନୀତି ଆଧାରରେ ସେମାନଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା।

ତେବେ ସୁପ୍ରିମକୋର୍ଟରେ ଏହାକୁ ବିରୋଧ କରି ଚ୍ୟ‌ାଲେଞ୍ଜ୍‌ ହେବାପରେ କୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି। ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମାମଲାରେ ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି ଏବଂ ସମସ୍ତ ଗୁରୁତ୍ବପୂର୍ଣ୍ଣ ରେକର୍ଡ ଦାଖଲ କରିବାପାଇଁ ୨ ସପ୍ତାହ ସମୟ ଦେଇଛନ୍ତି। ପୂର୍ବରୁ ସିପିଆଇ (ଏମ୍‌) ସଦସ୍ୟ ସୁବାସିନୀ ଅଲି, ସାମ୍ବାଦିକା ରେବତୀ ଲୌଲ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପ୍ରଫେସର ରୂପରେଖ ବର୍ମାଙ୍କ ଆବେଦନ ଆଧାରରେ କୋର୍ଟ ପୂର୍ବରୁ ଏନେଇ ଗୁଜରାଟ ସରକାରଙ୍କୁ ନୋଟିସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe