୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ପୀଡ଼ିତା ବିଲ୍‌କିସ୍‌ ବାନୋ

Advertisment
୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ପୀଡ଼ିତା ବିଲ୍‌କିସ୍‌ ବାନୋ

Image Courtesy of NDTV

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ ଦୋଷୀଙ୍କୁ ସଜା ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତି ମିଳିବା ଆଦେଶକୁ ଚାଲେଞ୍ଜ୍‌ କରି ଆଜି ନିଜେ ବିଲ୍‌କିସ୍‌ ବାନୋ ସୁପ୍ରିମ୍‌ କୋର୍ଟରେ ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି।

୧୧ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀଙ୍କର ଆବେଦନ ଶୁଣାଣି କରି ପୂର୍ବରୁ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, ‘୧୯୯୧ ରେମିସନ୍‌ ପଲିସି’ ଅନୁଯାୟୀ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିପାରିବେ।

ଉପରୋକ୍ତ ରାୟକୁ ଭିତ୍ତି କରି ଗୁଜରାଟ ସରକାର ୧୧ଜଣ ଦୋଷୀଙ୍କୁ ମୁକ୍ତ ଚଳିତ ବର୍ଷ ଅଗଷ୍ଟ ୧୫ରେ ମୁକ୍ତ କରି କହିଥିଲେ କି, ଉତ୍ତମ ଆଚରଣ ଯୋଗୁଁ ସେମାନଙ୍କୁ ମୁକ୍ତ କରାଯାଇଛି। ସେମାନେ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଜେଲ୍‌ଦଣ୍ଡ ଭୋଗି ସାରିଛନ୍ତି।

publive-image Image Courtesy of India Today

ଆଜି ବିଲ୍‌କିସ୍‌ ବାନୋଙ୍କ ଓକିଲ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଆଗରେ ଘଟଣା କହିବା ପରେ ସେ କହିଛନ୍ତି, ଉକ୍ତ ପିଟିସନ୍‌ର ଶୁଣାଣି କରାଯିବ।

ଏହି ପିଟିସନ୍‌ରେ ବିଲ୍‌କିସ୍‌ ବାନୋ କହିଛନ୍ତି, ଦୋଷୀଙ୍କ ମୁକ୍ତି ବିଷୟରେ ଗୁଜରାଟ ନୁହେଁ ମହାରାଷ୍ଟ୍ର ନିଷ୍ପତ୍ତି ଗ୍ରହଣ କରିବା ଉଚିତ।

ସୂଚନାଯୋଗ୍ୟ, ଉପରୋକ୍ତ ଦୁଷ୍କର୍ମକାରୀଙ୍କ ଦୁଷ୍କର୍ମର ସରବ୍ୟ ହୋଇଥିବା ବେଳେ ୨୧ ବର୍ଷ ହୋଇଥିବା ବିଲ୍‌କିସ୍‌ ବାନୋ ୫ ମାସର ଅନ୍ତଃସତ୍ତ୍ବା ଥିଲେ। ଦଙ୍ଗା ସମୟରେ ତାଙ୍କର ୩ ବର୍ଷୀୟ ଝିଅ ସମେତ ସେମାନେ ତାଙ୍କ ପରିବାରର ୯ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe