୬୭ବର୍ଷ ବୟସରେ ପୁଣି ଥରେ ପ୍ରେମରେ ପଡ଼ିଲେ ବିଲ୍ ଗେଟ୍ସ ,ସିଇଓଙ୍କ ପତ୍ନୀଙ୍କୁ କରୁଛନ୍ତି ଡେଟ୍

୬୭ବର୍ଷ ବୟସରେ ପୁଣି ଥରେ ପ୍ରେମରେ ପଡ଼ିଲେ ବିଲ୍ ଗେଟ୍ସ ,ସିଇଓଙ୍କ ପତ୍ନୀଙ୍କୁ କରୁଛନ୍ତି ଡେଟ୍

ନୂଆଦିଲ୍ଲୀ: ୬୭ବର୍ଷ ବୟସରେ ପୁଣି ଥରେ ପ୍ରେମରେ ପଡ଼ିଲେ ମାଇକ୍ରୋସପ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ। ସେ ଏବେ ଜଣେ ୬୦ବର୍ଷୀୟ ମହିଳାଙ୍କୁ ଡେଟ୍ କରୁଥିବା ଜଣାପଡ଼ିଛି। କୁହାଯାଉଛି ଯେ, ୨୦୧୯ରେ ମୃତ୍ୟୁବରଣ କରିଥିବା ସଫ୍ଟୱେର୍ କମ୍ପାନି ଓରାକଲର ସିଇଓ ମାର୍କ ହର୍ଡଙ୍କ ପତ୍ନୀ ପୌଲା ହର୍ଡଙ୍କ ସହ ବିଲ୍ ଗେଟ୍ସଙ୍କ ସମ୍ପର୍କ ରହିଛି।

ରିପୋର୍ଟ ଅନୁଯାୟୀ ବିଲ୍ ଗେଟ୍ସ ପୌଲାଙ୍କୁ ବ‌ର୍ଷେ ହେଲାଣି ଡେଟ୍ କରୁଛନ୍ତି। ହେଲେ ବିଲ୍ ଏପର୍ଯ୍ୟନ୍ତ ପୌଲାଙ୍କ ପିଲାମାନଙ୍କୁ ଭେଟିନଥିବା ଜଣାଯାଇଛି। ଗତ ମାସରେ ହୋଇଥିବା ଅଷ୍ଟ୍ରେଲୀୟ ଓପନରେ ଏହି ଯୋଡିଙ୍କୁ ଏକାଠି ଦେଖାଯାଇଥିଲା। ଦୁହେଁ ଖେଳ ଦେଖିବା ସମୟରେ ସାଙ୍ଗ ହୋଇ ବସିଥିବାର ଫଟୋ ଭାଇରାଲ ହେବା ପରେ ଏବେ ସେମାନଙ୍କ ଡେଟିଂ ଖବର ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ସଫ୍ଟୱେର୍ କମ୍ପାନି ଓରାକଲର ସିଇଓ ମାର୍କ ହର୍ଡ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢ଼ୁଥିଲେ। ଅକ୍ଟୋବର ୨୦୧୯ରେ ୬୨ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ମାର୍କ ହର୍ଡ ଓ ପୌଲାଙ୍କର ଦୁଇଜଣ ଝିଅ ଅଛନ୍ତି। ବିଲ୍ ଗେଟ୍ସଙ୍କ କଥା କହିବାକୁ ଗଲେ ସେ ତାଙ୍କ ପତ୍ନୀ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସଙ୍କଠାରୁ ୨୦୨୧ରେ ଅଲଗା ହୋଇଥିଲେ। ଦୁହେଁ ୩୦ବର୍ଷର ସମ୍ପର୍କକୁ ଭାଙ୍ଗି ପରସ୍ପରଠାରୁ ଛାଡପତ୍ର ନେଇଥିଲେ। ଛାଡପତ୍ର ପରେ ବି ଏହି ଦମ୍ପତି ଘୋଷଣା କରିଥିଲେ ଯେ ସେମାନେ ସେମାନଙ୍କର ଫାଉଣ୍ଡେସନ୍, ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଏକାଠି ଚଳାଇବେ। ତେବେ ପତ୍ନୀଙ୍କଠାରୁ ଅଲଗା ହେବା ପରେ ପୌଲାଙ୍କ ସହ ବିଲଙ୍କ ସମ୍ପର୍କ ଗଢ଼ିଉଠିଥିଲା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe