ମୋଦି ସରକାରଙ୍କ ଆୟୁଷ୍କାନ ଭାରତ ଯୋଜନାକୁ ପ୍ରସଂଶା କଲେ ବିଲ୍‌ ଗେଟ୍ସ

Advertisment
କରୋନାକୁ ମୁକାବିଲା କରିବାକୁ ୭୫୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲା ବିଲ ଗେଟସ ଫାଉଣ୍ଡେସନ

Hindustan Times

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ କୁ ବିଶ୍ୱର ୧ନମ୍ବର ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ପ୍ରସଂଶା କରିଛନ୍ତି । ଟ୍ଵିଟ୍‌ କରି ସେ କହିଛନ୍ତି “ ଏହି ଯୋଜନା ୧୦୦ ଦିନ ପୂରଣ କରିଥିବାରୁ ମୁଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ଅଳ୍ପ ଦିନ ମଧ୍ୟରେ ଏହି ଯୋଜନାର ସୁଫଳ ଅନେକ ଲୋକଙ୍କ ପାଖରେ ପହଞ୍ଚିଥିବାରୁ ମୁଁ ଅଭିଭୂତ ।”

ଏହି ଯୋଜନା ଦ୍ୱାରା ୧୦୦ ଦିନ ମଧ୍ୟରେ ପ୍ରାୟ ୬ଲକ୍ଷ ୮୫ ହଜାର ହିତାଧିକାରୀ ଉପକୃତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଟ୍ଵିଟ କରି ଜଣାଇଛନ୍ତି । ତାଙ୍କର ଏହି ଟ୍ଵିଟ ଜବାବରେ ଗେଟସ୍‌ ଏହା କହିଛନ୍ତି । ବିଲ ପୂର୍ବରୁ ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ପ୍ରସଂଶା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ସେପ୍ଟେମ୍ବର ୨୩ରେ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଦ୍ୱାରା ପ୍ରାୟ ୫୦ କୋଟି ଭାରତୀୟ ଉପକୃତ ହେବେ ବୋଲି ଭାରତ ସରକାର ଦାବି କରୁଛନ୍ତି । ଝାରଖଣ୍ଡର ରାଜଧାନୀ ରାଞ୍ଚିଠାରୁ ହିଁ ପ୍ରଥମେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହାକୁ ‘ପ୍ରଧାନମନ୍ତ୍ରୀ ଜନ ଆୟୋଗ ଅଭିଯାନ’ ବୋଲି ମଧ୍ୟ କୁହାଯାଉଛି। ଗରିବ ଓ ପଛୁଆ ବର୍ଗର ପରିବାରଙ୍କୁ ସ୍ୱସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe