ୱାସିଂଟନ/ନ୍ୟୁୟର୍କ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା କୋଟିପତି ବିଲ୍ ଗେଟ୍ସ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହ ତାଙ୍କର ଅତୀତର ସମ୍ପର୍କ ପାଇଁ ସାର୍ବଜନୀନ ଭାବରେ ଦୁଃଖ ପ୍ରକାଶ କରି କହିଛନ୍ତି ଏପଷ୍ଟାଇନ୍ଙ୍କ ସହ ବିତାଇଥିବା ପ୍ରତିଟି ମିନିଟ୍ ଲାଗି ମୁଁ ଅନୁତପ୍ତ। ଗତ ସପ୍ତାହରେ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଦଲିଲର ସଦ୍ୟତମ ପର୍ଯ୍ୟାୟରେ ଅନେକ ପ୍ରମୁଖ ବ୍ୟକ୍ତି ଏବଂ ଏପଷ୍ଟାଇନଙ୍କ ମଧ୍ୟରେ ଇମେଲ ଥିଲା। ଯାହା ପ୍ରାୟତଃ ଉଷ୍ମ ବନ୍ଧୁତା, ବେଆଇନ ଆର୍ଥିକ କାରବାର ଓ ବ୍ୟକ୍ତିଗତ ଫଟୋ ପ୍ରକାଶ କରିଥିଲା।
ମୁଁ ଏପଷ୍ଟାଇନଙ୍କ ଦ୍ୱୀପକୁ ଯାଇନି
ବିଲ୍ ଗେଟ୍ସ ଏକ ଗଣମାଧ୍ୟମ ବ୍ରିଫିଂରେ କହିଛନ୍ତି, ସେ କେବେ ଏପଷ୍ଟାଇନଙ୍କ ଦ୍ୱୀପକୁ ଯାଇ ନହାନ୍ତି କିମ୍ବା କୌଣସି ମହିଳାଙ୍କୁ ଭେଟି ନାହାନ୍ତି। ଡକ୍ୟୁମେଣ୍ଟରେ ଅନ୍ତର୍ଭୁକ୍ତ କିଛି ଇମେଲ ଡ୍ରାଫ୍ଟରେ ଅଭିଯୋଗ କରାଯାଇଛି, ଏପଷ୍ଟାଇନ ମହିଳାଙ୍କ ସହିତ ଗେଟ୍ସଙ୍କ ସାକ୍ଷାତ ବ୍ୟବସ୍ଥା କରିଥିଲେ। ଗେଟ୍ସଙ୍କର ଯୌନ ସଂକ୍ରମିତ ରୋଗ ଥିଲା। ତେବେ ଏହାକୁ ଗେଟ୍ସ ମିଥ୍ୟା ବୋଲି କହି ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ଗେଟ୍ସଙ୍କ ଅନୁଯାୟୀ, ଯେଉଁ ଇମେଲ୍ ବିଷୟରେ ଉଲ୍ଲେଖ କରାଯାଇଛି ତାହା କେବେ ପଠାଯାଇ ନଥିଲା। ଇମେଲ୍ ଟି ଏପଷ୍ଟାଇନ ନିଜ ନିକଟକୁ ଲେଖିଥିଲେ ବୋଲି ମତେ ଲାଗୁଛି। ମୁଁ ଜାଣିନାହିଁ ତାଙ୍କର ଉଦ୍ଦେଶ୍ୟ କ''''ଣ ଥିଲା । ସେ ମୋତେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ କି ତାହା ଜଣାା ନହିଁ।
ଅନେକ ରାତ୍ରୀଭୋଜନ କରିଛୁ
ଗେଟ୍ସ ୨୦୧୧ ମସିହାରେ ଏପଷ୍ଟାଇନଙ୍କୁ ଭେଟିବା ଏବଂ ବର୍ଷ ବର୍ଷ ଧରି ଅନେକ ରାତ୍ରୀଭୋଜନ କରିବା ସ୍ୱୀକାର କରିଛନ୍ତି। ଗେଟ୍ସ କହିଛନ୍ତି ଏପଷ୍ଟାଇନ ଭାବୁଥିଲେ ଧନୀ ଲୋକଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଦାନ କରିବାକୁ ରାଜି କରାଇପାରିବେ। ପରେ ସେ ଅନୁଭବ କରିଥବଲେ ଯେ ଏହା ଭଲ ବାଟ ନୁହେଁ। ଗେଟ୍ସ ମୁଁ ତାଙ୍କ ସହିତ ବିତାଇଥିବା ସମୟ ପାଇଁ ଅନୁତାପ କରୁଛି ଏବଂ ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ବିଲ୍ ଗେଟ୍ସ ଦୋହରାଇଛନ୍ତି ଯେ, ଏପଷ୍ଟାଇନ୍ଙ୍କ ସହ ସମ୍ପର୍କ ଏକ ବଡ଼ ଭୁଲ ଥିଲା, କିନ୍ତୁ ତାଙ୍କର କୌଣସି ଭୁଲ କାର୍ଯ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଯେତେବେଳେ ଅଧିକ ତଥ୍ୟ ସାମ୍ନାକୁ ଆସିବ, ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଫସାଇବା ଓ ବଦନାମ କରିବା ପାଇଁ
ଅଭିଯୋଗ ଆସିବା ପରେ ବିଲ୍ ଗେଟ୍ସଙ୍କ ଆଇନଜୀବୀ କହିଛନ୍ତି, ଏହି ଦଲିଲଗୁଡ଼ିକ କେବଳ ଏତିକି ପ୍ରମାଣିତ କରୁଛି ଯେ ଗେଟ୍ସଙ୍କ ସହିତ ତାଙ୍କର କୌଣସି ନିରନ୍ତର ସମ୍ପର୍କ ନଥିଲା ଏବଂ ସେ ଫସାଇବା ତଥା ବଦନାମ କରିବା ପାଇଁ କେତେ ଦୂର ପର୍ଯ୍ୟନ୍ତ ଯାଇ ପାରନ୍ତି ତାହା ଦର୍ଶାଉଛି।
ଆହୁରି ପଢ଼ନ୍ତୁ: Prime Minister Modi to visit Malaysia: ଫେବୃଆରି ୭-୮ରେ ମାଲେସିଆ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ଆମ ବୈବାହିକ ଜୀବନର ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ସମୟର ସ୍ମୃତି
ଗେଟ୍ସଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଏକ ସାକ୍ଷାତକାରରେ ଆମେରିକାର ନ୍ୟାସନାଲ ପବ୍ଲିକ୍ ରେଡିଓକୁ କହିଛନ୍ତି ଯେ, ଏହି ଅଭିଯୋଗଗୁଡ଼ିକ ଆମ ବୈବାହିକ ଜୀବନର ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ସମୟର ସ୍ମୃତିକୁ ମନେ ପକାଇ ଦେଉଛି। ଯେତେବେଳେ ସେହି ବିବରଣୀଗୁଡ଼ିକ ସାମ୍ନାକୁ ଆସେ, ମୋ ପାଇଁ ଏହା ବ୍ୟକ୍ତିଗତ ଭାବରେ କଷ୍ଟକର ହୋଇଯାଏ। ଏହା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ମେଲିଣ୍ଡା କହିଛନ୍ତି, ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀଙ୍କ ସହ ସମ୍ପର୍କ ଉପରେ ତାଙ୍କର ଏବେ ବି ବହୁ ପ୍ରଶ୍ନର ଉତ୍ତର ଦେବାକୁ ଅଛି। ଯେଉଁ ପ୍ରଶ୍ନଗୁଡ଼ିକ ରହିଛି ,ମୁଁ ସବୁକିଛି ଜାଣିନି। ସେହି ପ୍ରଶ୍ନଗୁଡ଼ିକର ଉତ୍ତର ସମ୍ପୃକ୍ତ ଲୋକମାନେ ଏବଂ ମୋ ପୂର୍ବତନ ସ୍ୱାମୀଙ୍କୁ ଦେବାକୁ ପଡିବ। ସେନେଇ ମୋର କିଛି ଯାଏ ଆସେ ନାହି।
ଏପଷ୍ଟାଇନଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଫାଇଲ୍
ସୂଚନାଯୋଗ୍ୟ, ଆମେରିକାର ନ୍ୟାୟ ବିଭାଗ ସମ୍ପ୍ରତି ୨୦୧୯ ମସିହାରେ ଜେଲ୍ରେ ଥିବା ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ସହିତ ଜଡିତ ଲକ୍ଷ ଲକ୍ଷ ପୃଷ୍ଠାର ନୂତନ ଦଲିଲ ପ୍ରକାଶ କରିଛନ୍ତି। ଏଥିରେ ବିଲ୍ ଗେଟ୍ସଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ନାମ ରହିଛି।
ଆହୁରି ପଢ଼ନ୍ତୁ: Shashi Tharoor's son loses job: ୱାସିଂଟନ ପୋଷ୍ଟରେ ବଡ଼ ଧରଣର ଛଟେଇ: ଶଶି ଥରୁରଙ୍କ ପୁଅ ଈଶାନଙ୍କ ଚାକିରି ହରାଇଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/05/new-project-2-2026-02-05-11-40-02.jpg)