ବିଲ୍‌ ଗେଟ୍‌ସଙ୍କ ଚେତାବନୀ, ଟିକା ସାର୍ବଜନୀନ ନହେଲେ ମହାମାରୀ ଆହୁରି ଭୟଙ୍କର ହେବ

Advertisment
ବିଲ୍‌ ଗେଟ୍‌ସ ଉଲଗ୍ନ ପାର୍ଟି ଆୟୋଜନ କରୁଥିଲେ, ଯୌନ ଅପରାଧୀଙ୍କ ସହ ମିଶୁଥିଲେ

businestoday

ସାନ୍ ଫ୍ରାନ୍ସିସ୍‌କୋ(ଆମେରିକା): ସାମ୍ପ୍ରତିକ ସ୍ଥିତିରେ ଯଦି କୋଭିଡ୍-୧୯ ପାଇଁ ବିକଶିତ କୌଣସି ଫଳପ୍ରଦ ଟିକା ସାଧାରଣ ଲୋକଙ୍କ ପାଇଁ ଉପଲବ୍‌ଧ ନହୁଏ ତେବେ ଏହି ମହାମାରୀ ଆହୁରି ଭୟଙ୍କର ରୂପ ନେବ ବୋଲି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଏଡ୍‌ସ ସମାଜ ଦ୍ବାରା ଆହୂତ ଏକ ଆଭାସୀ ସମ୍ମିଳନୀକୁ ଉଦ୍‌ବୋଦନ ଦେଇ ଗେଟ୍‌ସ କହିଛନ୍ତି ଯେ ନିକଟ ଭବିଷ୍ୟତରେ ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ କୌଣସି ଟିକା ବଜାରକୁ ଆସିପାରିଲେ, ତାହାକୁ ସାର୍ବଜନୀନ କରିବା ହିଁ ପ୍ରଥମ ଲକ୍ଷ୍ୟ ହେବା ଉଚିତ୍। କାରଣ ଏପରି ଏକ ସମ୍ଭାବ୍ୟ ଟିକା କେବଳ ଥିଲାବାଲାଙ୍କ ପାଇଁ ଉପଲବ୍‌ଧ ହୋଇ ଯଦି ଏହାକୁ ପ୍ରାଣପଣେ ଲୋଡୁଥିବା ସାଧାରଣ ଲୋକଙ୍କ ପାଖରେ ତାହା ପହଞ୍ଚି ନପାରିଲା, ତେବେ ଏହି ମହାମାରୀ ଆହୁରି ଦୀର୍ଘସ୍ଥାୟୀ ହେବା ସହ ଅଧିକ ବିଭୀଷିକା ରଚାଇବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସୁତରାଂ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ଦେଇ ଏହାର ବଜାର ପ୍ରବେଶ ହେବା ବଦଳରେ ଏହା ଯେପରି ସର୍ବସାଧାରଣଙ୍କ ଉପଲବ୍‌ଧ ହୋଇପାରିବ ସେଥିପ୍ରତି ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଯତ୍ନଶୀଳ ହେବା ଜରୁରୀ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଘାତକ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ପାଇଁ ଯେହେତୁ କୌଣସି ପ୍ରମାଣସିଦ୍ଧ ଚିକିତ୍ସା ପଦ୍ଧତି ଏଯାଏ ବାହାରି ପାରିନାହିଁ, ସୁତରାଂ ପ୍ରତିଷେଧକ ଭାବେ ବିଶ୍ବର ପ୍ରତ୍ୟେକ ଜନସାଧାରଣଙ୍କୁ ଏହାର ଟିକା ଗ୍ରହଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେଣୁ ବିଶ୍ବବ୍ୟାପୀ ଆମମାନଙ୍କର ସହଯୋଗ କ୍ରମେ ଏକ ଫଳପ୍ରଦ ଟିକାର ଉଦ୍ଭାବନ ସହ ତୁରନ୍ତ ଏହାର କୋଟି କୋଟି ମାତ୍ରା ପ୍ରସ୍ତୁତ କରିବା ଆବଶ୍ୟକ, ଯାହା ଦ୍ବାରା ବିଶ୍ବର ପ୍ରତି କୋଣ ଅନୁକୋଣରେ ତାହା ଉପଲବ୍ଧ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପାଖାପାଖି ୧୪୦ଟି କୋଭିଡ୍ ଟିକାର ବିକାଶ ଚାଲିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୧ଟିର ପରୀକ୍ଷା ନିରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe