News Nation
ହାଇଦ୍ରାବାଦ: ଦୁଷ୍କର୍ମକାରୀଙ୍କୁ ଏଣିକି ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶ ଦିଶା ବିଲ ୨୦୧୯ ନାମରେ ବିଧାନସଭାରେ ଆଗତ ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ (ସଂଶୋଧନ) ଆଇନ୍କୁ ଆଜି ଆନ୍ଧ୍ରପ୍ରଦେଶ ବିଧାନସଭା ମଞ୍ଜୁର କରିଦେଇଛି।
ଏହି ନୂତନ ବିଲ୍ ଆନ୍ଧ୍ରପ୍ରଦେଶ ବିଧାନସଭାର ମଞ୍ଜୁରି ପାଇଯିବା ପରେ ଏଣିକି ଆନ୍ଧ୍ରପ୍ରଦେଶରେ ଦୁଷ୍କର୍ମ ବା ଗଣଦୁଷ୍କର୍ମ ଅପରାଧରେ ସଂପୃକ୍ତି ଥାଇ ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧୀମାନଙ୍କୁ ଏଣିକି ମାତ୍ର ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ।
ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦରେ ସଂଘଟିତ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟକୁ ଦୁଷ୍କର୍ମ ମୁକ୍ତ କରିବା ଲକ୍ଷ୍ୟରେ ଏହି ନୂତନ ଆଇନର ପ୍ରଣୟନ କରିଛନ୍ତି।
Follow Us