ନୂଆଦିଲ୍ଲୀ : ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରାଯିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣିରୁ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଓହରି ଯାଇଛନ୍ତି। ମାମଲାରେ ୧୧ ଦୋଷୀଙ୍କୁ ଆଗୁଆ ଖଲାସ କରିବାକୁ ବିରୋଧ କରି ସିପିଏମ୍ ନେତା ସୁଭାଷିନୀ ଅଲି, ସାମ୍ବାଦିକ ରେବତୀ ଲୌଲ, ଲକ୍ଷ୍ନୌ ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ରୂପ ରେଖ ବର୍ମା ଏବଂ ଟିଏମ୍ସି ସାଂସଦ ମହୁଆ ମଇତ୍ର କରିଥିବା ଆଦେବନ ଉପରେ ଆଜି ଜଷ୍ଟିସ ଅଜୟ ରସ୍ତୋଗି ଏବଂ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଥିଲେ।
ତେବେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏହି ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି। ଜଷ୍ଟିସ ଅଜୟ ରସ୍ତୋଗି କହିଥିଲେ, ନିଜେ ପୀଡ଼ିତା ଦୋଷୀଙ୍କୁ ଖଲାସ କରାଯିବାକୁ ଚ୍ୟାଲେଂଜ କରି ଆାବେଦନ କରିଛନ୍ତି। ପ୍ରଥମେ ତାଙ୍କ ଆବେଦନର ଶୁଣାଣି କରାଯିବ ଏବଂ ଏଥିସହ ଅନ୍ୟ ଆବେଦନଗୁଡ଼ିକର ଶୁଣାଣି ହେବ ବୋଲି ଜଷ୍ଟିସ ରସ୍ତୋଗି କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରିରେ ହେବ। ସୂଚନାଯୋଗ୍ୟ, ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଗତମାସରେ ମଧ୍ୟ ଏ ବାବଦ ଶୁଣାଣିରୁ ଓହରିଥିଲେ ଏବଂ ଏ ନେଇ କୌଣସି କାରଣ ଦର୍ଶାଇନଥିଲେ।
Follow Us