୩୦ କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ ଜରୁରିକାଳୀନ କ୍ଷେତ୍ରରେ ବ୍ୟବହାର ପାଇଁ ବାୟୋକନ୍‌କୁ ମଞ୍ଜୁର ଦେଲା ଡିଜିସିଆଇ

Advertisment
କରୋନା ପରୀକ୍ଷା ଏମିତି! ସରକାରୀ ପଜିଟିଭ୍, ଘରୋଇ ନେଗେଟିଭ୍

The Hindu

ନୂଆଦିଲ୍ଲୀ: ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (ଡିଜିସିଆଇ) କରୋନା ଭାଇରସ୍‌ ପାଇଁ ପ୍ରତିଷେଧକ ଟୀକା ବହାର କରିଥିବା ବେଙ୍ଗାଲୁରସ୍ଥିତ କମ୍ପାନି ବାୟାକୋନ୍‌କୁ ତା’ର ଇଟୋଲିଜୁମାବ ଔଷଧ ପାଇଁ ମଞ୍ଜୁରି ପ୍ରଦାନ କରିଛି। ୩୦ ଜଣ ଆକ୍ରାନ୍ତଙ୍କ ଉପରେ ଏହି ଔଷଧର ପରୀକ୍ଷଣ ପରେ ଜରୁରିକାଳୀନ କ୍ଷେତ୍ରରେ ବ୍ୟବହାର ପାଇଁ ବାୟୋକନ୍‌କୁ ଡିଜିସିଅ‌ାଇ ମଞ୍ଜୁରି ଦେଇଥିବା ସୂଚନା ରହିଛି।

କରୋନା ଭାଇରସ୍ ଆକ୍ରାନ୍ତଙ୍କ ଉପରେ ଇଟୋଲିଜୁମାବ ଔଷଧର ବ୍ୟବହାର ପାଇଁ କମ୍ପାନିକୁ ଡିଜିସିଆଇ ମଞ୍ଜୁରି ଦେବା ସହ ଏହା କେବଳ ଜରୁରିକାଳୀନ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ସୂଚିନ କରାଯାଇଛି। ଡିଜିସିଆଇର ୪ଟି କେନ୍ଦ୍ରରେ ୩୦ ଜଣ ଆକ୍ରାନ୍ତଙ୍କ ଉପରେ ଏହି ଡ୍ରଗ୍‌ର ପରୀକ୍ଷଣ ପରେ କମ୍ପାନିକୁ ମଞ୍ଜୁରି ମିଳିଛି।

publive-image
The Economic Times

ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ଘରୋଇ ଔଷଧ କମ୍ପାନି ବାୟୋକନ୍‌ ଗୁରୁତର ରୋଗୀମାନଙ୍କ ପାଇଁ ୨୦୧୩ ମସିହାରୁ ମନୋକ୍ଲୋନିକାଲ୍‌ ଆଣ୍ଟିବଡି ଡ୍ରଗ୍‌ ଅଲ୍‌ଜୁମାବ ବ୍ରାଣ୍ଡ୍‌ ନାମ ଅଧୀନରେ ଇଟୋଲିଜୁମାବ ଔଷଧକୁ ତିଆରି କରି ବିକ୍ରି କରି ଆସୁଛି। ଏହି ଔଷଧକୁ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନି ପୂର୍ବରୁ ଦାବି କରିଥିଲା।

କମ୍ପାନି ଆହୁରି ବି ଦାବି କରିଛି ଯେ ୩୦ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯିବା ପ‌ରେ ଅନେକ ଫାଇଦା ଦେଖିବାକୁ ମିଳିଛି। ମୃତ୍ୟୁହାର କମ୍‌ କରିବା ସହ ଶରୀରରେ ଅମ୍ଳଜାନ ପରିମାଣ ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe