ଅପରାଧୀଙ୍କୁ ସାବାଡ଼ କରିବାକୁ ଆରମ୍ଭ ହେଲା ଏହି ବ୍ୟବସ୍ଥା, ଏହି ମେସିନରେ ହାତ ଦେଉ ଦେଉ ଜଣାପଡ଼ିଯିବ ଅପରାଧ ଇତିହାସ

Advertisment
ଅପରାଧୀଙ୍କୁ ସାବାଡ଼ କରିବାକୁ ଆରମ୍ଭ ହେଲା ଏହି ବ୍ୟବସ୍ଥା, ଏହି ମେସିନରେ ହାତ ଦେଉ ଦେଉ ଜଣାପଡ଼ିଯିବ ଅପରାଧ ଇତିହାସ

TLNT.com

ଇନ୍ଦୋର: ଏଣିକି ଅପରାଧୀଙ୍କୁ ସାବାଡ଼ କରିବାକୁ ମଧ୍ୟପ୍ରଦେଶ ପୁଲିସ ଏକ ନୂଆ ବ୍ୟବସ୍ଥା ଆପଣାଇଛି | ସିଟିଜେନ୍ କପ ସହଯୋଗରେ ଇନ୍ଦୋର ପୁଲିସ୍ ଏଭଳି ଏକ ଟେକ୍ନୋଲୋଜି ବିକଶିତ କରିଛି, ଯାହାଦ୍ୱାରା ବାୟୋମେଟ୍ରିକ୍ ମେସିନ୍ ଉପରେ ଆଙ୍ଗୁଠି ରଖିବା ମାତ୍ରେ ଅପରାଧୀଙ୍କ ସମସ୍ତ ଅପରାଧିକ-ତଥ୍ୟ ଖୁବ କମ ସମୟରେ ଜଣାପଡ଼ିଯିବ | ଏହି ଟେକନିକ ମୁକ୍ତ ଭାବରେ ବୁଲୁଥିବା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ଏବଂ ସେମାନଙ୍କୁ ସହଜରେ ଧରାଯାଇପାରିବ | ଏନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି କୌଶଳ ଦ୍ୱାରା ଖୁଲମଖୁଲା ବୁଲୁଥିବା ଅପରାଧୀମାନଙ୍କର ପୁଲିସ ପ୍ରତି ଭୟ ରହିବ |

ଏହାଦ୍ୱାରା ରାଜ୍ୟରେ ଅପରାଧ ରୋକିବା ସହଜ ହେବ। ସେ କହିଛନ୍ତି ଯେ ଇନ୍ଦୋର ପୁଲିସର ଏହି ପଦକ୍ଷେପ ପ୍ରଶଂସନୀୟ। ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ସେ କହିଛନ୍ତି ଯେ ଏହା ପୂର୍ବରୁ ନଅ ମାସ ଧରି ଏହି କୌଶଳର ପରୀକ୍ଷା ଚାଲିଥିଲା। ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବ। ଶିବରାଜ କହିଛନ୍ତି ଯେ ଇନ୍ଦୋର ପୁଲିସକୁ ୪୦ଟି ବାୟୋମେଟ୍ରିକ୍ ମେସିନ୍ ଦିଆଯିବ। ଏହି ଯନ୍ତ୍ରଗୁଡ଼ିକର ସାହାଯ୍ୟରେ ଅପରାଧୀଙ୍କୁ ସହଜରେ ଚିହ୍ନଟ କରାଯିବ | ଏହାଦ୍ୱାରା ପୁଲିସ ସେମାନଙ୍କୁ ଧରିବା ସହଜ ହୋଇଯିବ | ଇନ୍ଦୋର ପୁଲିସ ଦ୍ୱାରା ପ୍ରସ୍ତୁତ ଏହି ନୂତନ କୌଶଳ ବା ବାୟୋମେଟ୍ରିକରେ ଅପରାଧୀଙ୍କ ସମସ୍ତ ତଥ୍ୟ ଅପଡେଟ୍ ହେବ | ଅପରାଧୀଙ୍କ ସମସ୍ତ ଅପରାଧ ବିଷୟରେ ସୂଚନା ମଧ୍ୟ ଉପଲବ୍ଧ ହେବ | ଏହା ସହିତ ପୁଲିସ କୌଣସି ଅପରାଧୀଙ୍କ ଆଙ୍ଗୁଠି ଲଗାଇବା ମାତ୍ରେ ସେମାନଙ୍କର ସମସ୍ତ ତଥ୍ୟ ଉପଲବ୍ଧ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe