ବେଙ୍ଗାଲୁରୁ ବିମାନବନ୍ଦରରେ ଆରମ୍ଭ ହେଲା ବାୟୋମେଟ୍ରିକ୍‌ ଯାଞ୍ଚ ବ୍ୟବସ୍ଥା, ଯାତ୍ରୀଙ୍କ ପାଇଁ କୌଣସି ଦସ୍ତାବିଜ ଆବଶ୍ୟକ ପଡ଼ିବ ନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ  ଡିଜି ଯାତ୍ରା ସ୍କିମ୍‌ ଜରିଆରେ ବେଙ୍ଗାଲୁରୁ ବିମାନବନ୍ଦରରେ ବାୟୋମେଟ୍ରିକ ଯାଞ୍ଚ ବ୍ୟବସ୍ଥାର ପରୀକ୍ଷଣ ଆରମ୍ଭ ହୋଇଛି। ଜୁଲାଇ ୨୨ରୁ ଏହି ପରୀକ୍ଷଣ ବିସ୍ତାରା ଏୟାରଲାଇନ୍ସ ସହିତ ଆରମ୍ଭ କରାଯାଇଛି। ମହଯୁଦ ବ୍ୟବସ୍ଥା ଆଧାରରେ ବିସ୍ତାରା ଏୟାରଲାଇନ୍ସ ବିମାନରେ ଯିବାକୁ ଥିବା ଯାତ୍ରୀଙ୍କୁ କୌଣସି ପ୍ରକାର ଦସ୍ତାବିଜର ଆବଶ୍ୟକତା ପଡ଼ିବ ନାହିଁ। ପରେ ଏହି ଯୋଜନା ଜରିଆରେ ବାୟୋମେଟ୍ରିକ ସିଷ୍ଟମ ସହ ଅନ୍ୟ ଘରୋଇ ଓ ଅନ୍ତର୍ଜାତୀୟ ଏୟାରଲାଇନ୍ସକୁ ପାଳିପାଳି କରି ଯୋଡ଼ା ଯିବାର ବ୍ୟବସ୍ଥା ରହିଛି।

publive-image

ବିସ୍ତାରା ଏୟାରଲାଇନ୍ସର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଡିଜି ଯାତ୍ରା ସ୍କିମ୍‌ ଜରିଆରେ ବିସ୍ତାରା ଏୟାରଲାଇନ୍ସ ବେଙ୍ଗାଲୁରୁରୁ ମୁମ୍ବାଇ ଯିବାକୁ ଥିବା ଯାତ୍ରୀଙ୍କୁ ଏହି ସୁବିଧା ଉପଲବ୍ଧ କରା ଯାଇଛି। ଏହି ସୁବିଧା ସମ୍ପ୍ରତି ବେଙ୍ଗାଲୁରୁରୁ ମୁମ୍ବାଇ ଯିବାକୁ ଥିବା ବିମାନ ୟୁକେ-୮୬୪ର ଯାତ୍ରୀଙ୍କୁ ମିଳିବ। ଏହି ପ୍ରକ୍ରିୟା ଆଧାରରେ ବିମାନବନ୍ଦରରେ ପହଞ୍ଚିବା ପରେ ଏହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ନିଜ ଫେସ୍‌ ରିକଗନାଇଜେସନ୍‌ କରିବାକୁ ପଡ଼ିବ।

publive-image

ଫଳରେ ସ୍ୱରୂପ ଯାତ୍ରୀଙ୍କ ଚେହେରା କ୍ୟାମେରାରେ କୈଦ ହୋଇଯିବ। ତାଙ୍କ ପରିଚୟ ଜନିତ ସୂଚନା ସପ୍ଟଓ୍ଵୟାରରୁ ମିଳିଯିବ। ଫେସ୍‌ ରିକଗନାଇଜେସନ୍‌ ହେବା ପରେ ଯାତ୍ରୀଙ୍କୁ ଟର୍ମିନାଲରେ ପ୍ରବେଶ ଠାରୁ ନେଇ ଚେକ୍‌-ଇନ୍‌, ସିକ୍ୟୁରିଟି ଚେକ୍‌ ଓ ବୋଡିଂ ସମୟରେ କୌଣସି ବି ଦସ୍ତାବିଜର ଆବଶ୍ୟକତା ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe