‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଣେ ଭାଇ ତେଜରାତି ଦୋକାନୀ, ଅନ୍ୟ ଜଣେ ଅଟୋ ଚାଳକ...’ କହି ପୁଣି ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

Advertisment
‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଣେ ଭାଇ ତେଜରାତି ଦୋକାନୀ, ଅନ୍ୟ ଜଣେ ଅଟୋ ଚାଳକ...’ କହି ପୁଣି ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

ଅଗରତାଲା (ତ୍ରିପୁରା): ସବୁବେଳେ ଅଯଥା ଏବଂ ଅନାବଶ୍ୟକ ବିବୃତି ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ତ୍ରିପୁରାର ବିଜେପି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏବେ ପୁଣି ଏକ ଅନାବଶ୍ୟକ ବିବୃତି ଦେଇ ଚର୍ଚ୍ଚାରେ ରହିଛନ୍ତି। ଏଥରକ ସେ ଅଯଥା ଏବଂ ଅନାବଶ୍ୟକ ବିବୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ।

ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକ୍‌ର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ଉପସ୍ଥିତ ଜନତାକୁ ଉଦ୍‌ବୋଧନ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ବଙ୍ଗଳାରେ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟେ ଭାଇ ତେଜରାତି ଦୋକାନ କରିଛି। ଆଉ ଗୋଟେ ଭାଇ ଅଟୋ ଚଳାଉଛି। ମା’ ୧୦ ଫୁଟ ଲମ୍ବା ୧୨ ଫୁଟ ଚଉଡ଼ା ବିଶିଷ୍ଟ ଏକ କଠୋରିରେ ରହୁଛନ୍ତି।... ଏମିତି ପ୍ରଧାନମନ୍ତ୍ରୀ କ’ଣ ସମଗ୍ର ବିଶ୍ୱରେ ଆଉ କେହି ଦ୍ୱତୀୟ ଅଛନ୍ତି?’ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଁକି ଏପରି କହିଲେ, ଏପରି କହିବାର କ’ଣ ଆବଶ୍ୟକତା ରହିଥିଲା, ତହା କେବଳ ମାତ୍ର ସେ ନିଜେ ହିଁ ଜାଣିଥିବେ। ହେଲେ, ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏଭାଷଣ ଟେଲିଭିଜନରେ ପ୍ରସାରିତ ହେବା ପରେ ଏବେ ଏହାକୁ ନେଇ ଏବେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ସଂପର୍କରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏବିବୃତି ପରେ ମୋଦିଙ୍କ ଛବି ଦେଶର ସାଧାରଣ ଜନମାନସରେ ଉଜ୍ୱଳ ହେବା ପରିବର୍ତ୍ତେ ମଳିନ ପଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe