ନିର୍ବାଚନ ପୂର୍ବରୁ ସଙ୍କଟରେ ବୀରଭଦ୍ର : ୫.୬ କୋଟିର ସମ୍ପତ୍ତି ଜବତ

Advertisment
ନିର୍ବାଚନ ପୂର୍ବରୁ ସଙ୍କଟରେ ବୀରଭଦ୍ର : ୫.୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ନଭେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଙ୍କଟରେ ପଡ଼ିଯାଇଛନ୍ତି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ। ତାଙ୍କ ବିରୋଧରେ ପୂର୍ବରୁ ରୁଜୁ ହୋଇଥିବା ଅର୍ଥ ହେରଫେର ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୀରଭଦ୍ରଙ୍କର ପ୍ରାୟ ୫.୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଇଡି ବାଜ୍ୟାପ୍ତ କରିଥିବା ଏହି ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିଗୁଡ଼ିକ ବୀରଭଦ୍ରଙ୍କ ପୁଅ ବିକ୍ରମାଦିତ୍ୟ ସିଂହ, ଝିଅ ଅପରାଜିତା ସିଂହ ଏବଂ ପତ୍ନୀ ପ୍ରତିଭା ସିଂହଙ୍କ ନାଁରେ ରହିଛି। ଦିଲ୍ଲୀର ଡେରା ମଣ୍ଡିରେ ଏମ୍‌ଏସ୍‌ ତାରଣୀ ଇଣ୍ଟରନ୍ୟାସନାଲ ନାଁରେ ଥିବା ଏକ ଫାର୍ମ ହାଉସ୍‌ର କିଛି ଅଂଶ ଏବଂ ଗୁଜରାଟର ବାପିରେ ଏମ୍‌ଏସ୍‌ ତାରିଣି ଇନ୍‌ଫ୍ରା ଦାମନଗଙ୍ଗା ପ୍ରକଳ୍ପରୁ ୪.୨ କୋଟି ଟଙ୍କା ସମ୍ପତ୍ତି ବାଜ୍ୟାପ୍ତ ହୋଇଛି। ସେହିପରି ବିକ୍ରମାଦିତ୍ୟ ଏବଂ ଅପରାଜିତାଙ୍କ ବିଭିନ୍ନ ବ୍ୟାଙ୍କ୍‌ ଖାତାରେ ଥିବା ୨୦ ଲକ୍ଷର ଜମାରାଶି ଏବଂ ୬୪ ଲକ୍ଷର ବିଭିନ୍ନ କମ୍ପାନି ଅଂଶଧନକୁ ବାଜ୍ୟାପ୍ତ କରିଦିଆଯାଇଛି। ଏ ଯାବତ୍‌ ଦୁର୍ନୀତି ମାମଲାରେ ବୀରଭଦ୍ରଙ୍କର ପାଖାପାଖି ୪୦ କୋଟିି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଥିବା ଇଡି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe