ବାର୍ଡ଼ ଫ୍ଲୁକୁ ନେଇ ସତର୍କତା ଘୋଷଣା କଲେ ଏହି ସବୁ ରାଜ୍ୟ

Advertisment

ଓଡ଼ିଶାରେ ସ୍ଥିତି କ'ଣ ଜାଣନ୍ତୁ?

ଓଡ଼ିଶାରେ ସ୍ଥିତି କ'ଣ ଜାଣନ୍ତୁ?

ଦେଶରେ ପ୍ରଥମ ବାର୍ଡଫ୍ଲୁ ମୃତ୍ୟୁ

Oneindia

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସହିତ ଆଉ ଏକ ଭୂତାଣୁ ଆକ୍ରାନ୍ତ ହେବାର ସୂଚନା ମିଳିଛି | ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟରେ ବାର୍ଡ଼ ଫ୍ଲୁ ସଂକ୍ରମଣ ନେଇ ସୂଚନା ମିଳିଛି | ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ଅନେକ ସ୍ଥାନ ସହ କେରଳର ଆଲାପୁଝା ଜିଲ୍ଲାର କୁଟାନାଡ ଅଞ୍ଚଳର ଚାରିଟି ପଞ୍ଚାୟତ ନେଡୁମୁଡି, ଥାକଜୀ, ପଲ୍ଲିପଡ ଏବଂ କାରୁଭଟ୍ଟରେ ବାର୍ଡ଼ ଫ୍ଲୁ ମାମଲା ଦେଖିବାକୁ ମିଳିଛି।

ମଙ୍ଗଳବାର ଦିନ ରାଜ୍ୟ ସରକାର ରାଜ୍ୟରେ ବାର୍ଡ଼ ଫ୍ଲୁକୁ ନେଇ ସତର୍କତା ଘୋଷଣା କରିଛନ୍ତି। ଆଲାପୁଝା ଜିଲ୍ଲାପାଳ ଏହି ଅଞ୍ଚଳରେ ମାଂସ, ଅଣ୍ଡା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ମଧ୍ୟପ୍ରଦେଶର ପଶୁପାଳନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଆର.କେ ରୋକାଡେ ମଙ୍ଗଳବାର ଦିନ କହିଛନ୍ତି ଯେ ରାଜ୍ୟର ୭ ରୁ ୮ ଜିଲ୍ଲାରେ ଭାଇରସ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୪୦୦ କାଉଙ୍କର ମୃତ୍ୟୁ ଘଟିଛି। ସେହିପରି ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାର ପଙ୍ଗ ହ୍ରଦରେ ବାର୍ଡ଼ ଫ୍ଲୁ ହେତୁ ୨୦୦୦ ରୁ ଅଧିକ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ନେଇ ରାଜ୍ୟ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଏହି ରାଜ୍ୟଗୁଡିକରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବାର୍ଡ଼ ଫ୍ଲୁ ଯୋଗୁଁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି।

ହରିୟାଣାର ପଞ୍ଚକୁଲା ନିକଟରେ ଥିବା କୁକୁଡ଼ା ଫାର୍ମରେ ଗତ ଏକ ମାସରେ ୭୦ ହଜାର କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ବାର୍ଡ଼ ଫ୍ଲୁ ଯୋଗୁଁ କୁକୁଡ଼ା ଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି | ଓଡ଼ିଶା ବାବଦରେ କହିବାକୁ ଗଲେ ବାର୍ଡ଼ ଫ୍ଲୁକୁ ନେଇ ଏପର୍ଯ୍ୟନ୍ତ କୌଣସି ପଜିଟିଭ ରିପୋର୍ଟ ଆସିନାହିଁ | ପୋଲ୍ୟୁଟ୍ରି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ଦାସଙ୍କ କହିବା ମୁତାବକ ଏପର୍ଯ୍ୟନ୍ତ ୧୮ ଟି ନମୁନା ଟେଷ୍ଟ ପାଇଁ ଯାଇଥିବାବେଳେ ସବୁ ନେଗେଟିଭ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe