ନୂଆଦିଲ୍ଲୀ: ପାଟନାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ଏକ ପକ୍ଷୀ ପିଟି ହୋଇ ବିମାନଟି କ୍ଷତିଗ୍ରସ୍ତ ହେବା ପରେ ପୁନର୍ବାର ପାଟନା ଫେରି ଆସି ଜରୁରିକାଳୀନ ଅବତରଣ କରିଛି। ତେବେ, ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ୧୨୪ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜାଣିବାକୁ ମିଲିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି (ଗୁରୁବାର) ଅପରାହ୍ଣରେ ଏୟାର ଇଣ୍ଡିଆର ଏଆଇ ୪୧୦ ନମ୍ବର ବିଶିଷ୍ଟ ବିମାନଟି ୧୨୪ ଜଣ ଯାତ୍ରୀଙ୍କୁ ଧରି ପାଟନାର ଜୟପ୍ରକାଶ ନାରାୟଣ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ, ଉଡ଼ାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ମଝି ଆକାଶରେ ଗୋଟିଏ ପକ୍ଷୀ ବିମାନଟିରେ ପିଟି ହୋଇଯିବାରୁ ବିମାନଟି କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବିମାନଟିରେ ଯାନ୍ତ୍ରିକତ୍ରୁଟି ଦେଖା ଦେଇଥିଲା। ଯାହା ଫଳରେ ବିମାନର ପାଇଲଟ୍ ବିମାନଟିକୁ ଆଉଥରେ ପାଟନା ବିମାନ ବନ୍ଦରକୁ ଫେରାଇ ଆଣିବା ସହ ଜରୁରିକାଳୀନ ଅବତରଣ କରାଇଥିଲେ। ପରେ ସଂପୃକ୍ତ ବିମାନଟିରେ ଯାତ୍ରା କରୁଥିବା ୧୨୪ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସେମାନଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠା ଯାଇଥିଲା।
ଆଜି ମୁମ୍ବାଇ ଠାରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୫ଜଣ ମୁତ୍ୟୁବରଣ କରିଥିବା ବେଳେ ପାଟନାରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us