ଚୀନ୍‌ରେ ଜନ୍ମ ହାର ହ୍ରାସ ପାଉଛି, ୪୩ ବର୍ଷରେ ସର୍ବନିମ୍ନ

Advertisment
ଚୀନ୍‌ରେ ଜନ୍ମ ହାର ହ୍ରାସ ପାଉଛି, ୪୩ ବର୍ଷରେ ସର୍ବନିମ୍ନ

Nikkei Asia

ବେଜିଂ : ଚୀନ୍‌ରେ କିଛିବର୍ଷ ହେଲା ଲଗାତାର ଜନ୍ମ ହାର ହ୍ରାସ ପାଉଛି। ସେଥିପାଇଁ ସରକାର ‘ଏକ ସନ୍ତାନ’ ନିୟମକୁ କୋହଳ କରିବାକୁ ବାଧ୍ୟ ହୋଇଛନ୍ତି। ୧୯୭୦ ଦଶକର ଶେଷ ଆଡ଼କୁ ଦେଶରେ ଲାଗୁ ହୋଇଥିବା ‘ଏକ ସନ୍ତାନ’ ନିୟମକୁ ୨୦୧୬ରେ ପ୍ରତ୍ୟାହାର କରି ନିଆଯାଇଥିଲେ ହେଁ ବୟସ୍କ ନାଗରିକଙ୍କ ବୋଝ ବଢ଼ିଛି। ତେଣୁ ଚୀନ୍‌ରେ ଜନ୍ମ ହାର ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାକୁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି, ୨୦୨୦ରେ ଦେଶର ଜନ୍ମ ହାର ୧%ରୁ କମ୍‌ ହୋଇଛି। ଯାହା ଗତ ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ। ଚୀନ୍‌ର ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି, ଜନ୍ମ ହାର ପ୍ରତି ୧ ହଜାରରେ ୮.୫୨ ରେକର୍ଡ କରାଯାଇଛି। ରିପୋର୍ଟ ଅନୁସାରେ ଜନସଂଖ୍ୟାର ପ୍ରାକୃତିକ ବୃଦ୍ଧି ହାର ୧.୪୫ (ପ୍ରତି ହଜା‌ରରେ) ରହିଛି। ଯାହା ୪୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe