ଗିରଫ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟର

Advertisment

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ମିଳିଛି ବଡ଼ ସଫଳତା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ନିକଟରେ ଗିରଫ କରିଛି ପୁଲିସ । ଗିରଫ ସୁରଟଙ୍କ ଠାରୁ ପୁଲିସ ଟିମ ଜବତ କରିଛି ଅନେକ ଅସ୍ତ୍ରଶସ୍ତ୍ର।

Updated On

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ମିଳିଛି ବଡ଼ ସଫଳତା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ନିକଟରେ ଗିରଫ କରିଛି ପୁଲିସ । ଗିରଫ ସୁରଟଙ୍କ ଠାରୁ ପୁଲିସ ଟିମ ଜବତ କରିଛି ଅନେକ ଅସ୍ତ୍ରଶସ୍ତ୍ର।

ଅଦ୍ୟତନ ହୋଇଛି
୍ମକ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ପୁଲିସ ନିକଟରେ ଗିରଫ କରିଛି। ଏହି ୭ଜଣ ସୁଟରଙ୍କୁ ପୁଲିସ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ଗିରଫ କରିଛି। ଗିରଫ ସୁରଟଙ୍କ ଠାରୁ ପୁଲିସ ଟିମ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଅଭି‌ଯୁକ୍ତଙ୍କୁ କାବୁ କରି ପୁଲିସ ପଚରାଉଚରା ଜାରି ରଖିଛି।
 

ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ନ୍ୟାସନାଲ ଇନଭେଷ୍ଟଗେସନ ଏଜେନ୍ସି (ଏନଆଇଏ) ଅଭିଯୋଗ କରିବା ସହିତ ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇ ଉପରେ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଅନମୋଲ ସିଙ୍ଗର-ରାଜନେତା ସିନ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମଧ୍ୟ।  ଅନମୋଲ ବିଷ୍ଣୋଇଙ୍କୁ ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ଅନମୋଲ କାନାଡା ଏବଂ ଆମେରିକାରୁ ତାର  ଗ୍ୟାଙ୍ଗ ଚଳାଉଛି। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇର ନାମ ବି ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ ତଦନ୍ତ କରୁଛି। କୁହାଯାଉଛି ଯେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ସୁଟରଙ୍କ ସହ ଅନମୋଲଙ୍କର ଲିଙ୍କ ରହିଛି। 

ସୂଚନାଯୋଗ୍ୟ, ଅକ୍ଟୋବର ୧୨ରେ ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ମହାରାଷ୍ଟ୍ରର ମୁମ୍ବାଇରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାମ ସାମ୍ନାକୁ ଆସିଛି।  ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ମୋଟ ୧୧ଜଣଙ୍କୁ ଏଯାବତ ଗିରଫ କରାଯାଇଛି।

ଅଧିକପଢ଼ନ୍ତୁ:https://sambad.in/entertainment/abhishek-bachchan-post-i-want-to-talk-7354723

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe