ସଲମାନଙ୍କୁ କ୍ଷମା ମାଗିବାକୁ ପଡ଼ିବ, ସେ ବହୁତ ବଡ଼ ଅପରାଧ କରିଛନ୍ତି

Advertisment

ସଲମାନ ଖାନ ଆମ ପାଇଁ ଓ ମାନବ ସମାଜ ପାଇଁ ଦୋଷୀ। କାରଣ ସଲମାନ ଖାନ କଳା ହରିଣ ମାରିଛନ୍ତି।  କଳା ହରିଣ ମାରି ହେଉଛି ଅପରାଧ। ଏହି ଅପରାଧକୁ ବିଶ୍ନୋଇ ସମାଜ ଆଦୌ ଗ୍ରହଣ କରିବ ନାହିଁ।

ସଲମାନ ଖାନ ଆମ ପାଇଁ ଓ ମାନବ ସମାଜ ପାଇଁ ଦୋଷୀ। କାରଣ ସଲମାନ ଖାନ କଳା ହରିଣ ମାରିଛନ୍ତି।  କଳା ହରିଣ ମାରି ହେଉଛି ଅପରାଧ। ଏହି ଅପରାଧକୁ ବିଶ୍ନୋଇ ସମାଜ ଆଦୌ ଗ୍ରହଣ କରିବ ନାହିଁ।

କମିଖ

ନୂଆଦିଲ୍ଲୀ: ‘ଅଖିଳ ଭାରତୀୟ ବିଶ୍ନୋଇ ମହାସଭା’ର ଅଧ୍ୟକ୍ଷ ଦେବେନ୍ଦ୍ର ବିଶ୍ନୋଇ ଗତଗୁରୁବାର ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି।  

ଦେବେନ୍ଦ୍ର ବିଶ୍ନୋଇ କହିଛନ୍ତି, ‘ଲରେନ୍ସ ବିଶ୍ନୋଇ ବିଶ୍ନୋଇ ସମାଜର ଥିଲା ଓ ରହିବ ମଧ୍ୟ। ସେ ହେଉଛି ଆମର ସନ୍ତାନ। ଲରେନ୍ସ ବିଶ୍ନୋଇ କ’ଣ କରୁଛି କ’ଣ ନାହିଁ ତାହା ପୁଲିସ ଓ କୋର୍ଟ ବୁଝାବୁଝି ହେବେ। ଏଥିରେ ଆମର କୌଣସି ଆପତ୍ତି ନାହିଁ। ସଲମାନ ଖାନ ଆମ ପାଇଁ ଓ ମାନବ ସମାଜ ପାଇଁ ଦୋଷୀ। କାରଣ ସଲମାନ ଖାନ କଳା ହରିଣ ମାରିଛନ୍ତି।  କଳା ହରିଣ ମାରି ହେଉଛି ବିରାଟ ବଡ଼ ଅପରାଧ। ଏହି ଅପରାଧକୁ ବିଶ୍ନୋଇ ସମାଜ ଆଦୌ ଗ୍ରହଣ କରିବ ନାହିଁ।

ଗତ ୨୪ବର୍ଷ ହେବ ବିଶ୍ନୋଇ ସମାଜ ସଲମାନଙ୍କ ଏହି ଅପରାଧ ପାଇଁ କଷ୍ଟରେ ଅଛି। ସଲମାନଙ୍କୁ ବିଶ୍ନୋଇ ସମାଜକୁ କ୍ଷମା ମାଗିବାକୁ ପଡ଼ିବ। ଯଦି ସଲମାନଙ୍କ କ୍ଷମା ଦ୍ବାରା ଶାନ୍ତି ବଜାୟ ରୁହେ ତେବେ ଏହା ଦେଶ ଓ ଆମ ସମାଜ ପାଇଁ ହିତ ସାବ୍ୟସ୍ତ ‌ହେବ।

ବିଶ୍ନୋଇ ସମାଜ ପରିବେଶ, ଗଛ ଓ ବନ୍ୟଜନ୍ତୁଙ୍କ ହିତ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥାଏ। ଏହି ସମାଜ ମୂଳରୁ ପ୍ରକୃତିକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖି ଆସିଛି।  ଏହି ସମାଜକୁ ବିଶ୍ନୋଇ ଗ୍ୟାଙ୍ଗ ନାମରେ ମିଡିଆରେ ଟ୍ରୋଲ କରାଯାଉଛି। ମୋର ସମସ୍ତଙ୍କୁ ଅନୁରୋଧ ଦୟାକରି ବିଶ୍ନୋଇ ଗ୍ୟାଙ୍ଗର ନାମ ଦିଅନ୍ତୁ ନାହିଁ କାରଣ ଆମ ସାମଜ ପରିବେଶର ଅନେକ ହିତ ପାଇଁ କାମ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe