ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇଙ୍କ ପୁଲିସ ହେପାଜତକୁ ଆଉ ୫ ଦିନ ବୃଦ୍ଧି କଲେ ଅଦାଲତ

ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇଙ୍କ ପୁଲିସ ହେପାଜତକୁ ଆଉ ୫ ଦିନ ବୃଦ୍ଧି କଲେ ଅଦାଲତ

Image Courtesy: News Live

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ରବିବାର ଦିନ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇଙ୍କ ପୁଲିସ ହେପାଜତକୁ ଆଉ ପାଞ୍ଚ ଦିନ ପାଇଁ ବୃଦ୍ଧି କରିଛନ୍ତି। ଅସ୍ତ୍ରଶସ୍ତ୍ର ଆଇନ ମାମଲାରେ ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ତାଙ୍କୁ ରାଜସ୍ଥାନର ଯୋଧପୁର ଏବଂ ଗଙ୍ଗା ନଗରକୁ ନେଇ ତଦନ୍ତ କରିବ।

କିଛି ଦିନ ପୂର୍ବରୁ ଗାୟକ ସିଦ୍ଧୁ ମୁସୱାଲାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇକୁ ଗିରଫ କରିଥିଲା।

ପଞ୍ଜାବରେ ମେ ୨୯ରେ ମୁସୱାଲାଙ୍କୁ ଗୁଳି କରି ହତ୍ୟା କରା ଯାଇଥିଲା। ପଟିଆଲା ହାଉସ୍‌ କୋର୍ଟର ମାଜିଷ୍ଟ୍ରେଟ୍‌ ଉମେଶ କୁମାରଙ୍କ ଅଦାଲତରେ ତାକୁ ୫ ଦିନର ରିମାଣ୍ଡ ପରେ ଆଜି ହାଜର କରାଯିବା ପରେ ଲରେନ୍‌ସ ବିଷ୍ଣୋଇର ପୁଲିସ ହେପାଜତକୁ ଆଉ ୫ ଦିନ ପାଇଁ ବୃଦ୍ଧି କରିଛନ୍ତି ଅଦାଲତ। ତାଙ୍କୁ ମେ ୩୧, ୨୦୨୨ରେ ପଟିଆଲା ହାଉସ କୋର୍ଟ ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଥିଲେ।

ଲରେନ୍‌ସ ବିଷ୍ଣୋଇଙ୍କୁ ପଚରାଉଚରା ସମୟରେ ଯେଉଁ ବ୍ୟକ୍ତିଙ୍କ ନାମ ଆସିଛି ସେମାନଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୁଲିସ ଆଉ ପାଞ୍ଚ ଦିନ ରିମାଣ୍ଡ ମାଗିଥିଲା। ପୁଲିସ ହେପାଜତ ବୃଦ୍ଧି ପାଇଁ ପୁଲିସ ପକ୍ଷରୁ ହୋଇଥିବା ଆବେଦନକୁ ବିଷ୍ଣୋଇଙ୍କ ଓକିଲ ବିଶାଲ ଚୋପ୍ରା ବିରୋଧ କରି ନଥିଲେ। ଅନ୍ୟପକ୍ଷରେ, ୫ ଦିନର ପୁଲିସ ହେପାଜତରେ କ’ଣ କରାଯାଇଛି ବୋଲି କୋର୍ଟ ପଚାରିଥିଲେ। ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ସେଲ ଦିଲ୍ଲୀ ଏନସିଆରର ସୋନିପତ, ପ୍ଲାୱାଲ, ବାହାଦୁରଗଡ ଏବଂ ଅନ୍ୟାନ୍ୟ ସ୍ଥାନକୁ ନେବା ସହ ତଦନ୍ତ କରିଥିଲା ବୋଲି ପୁଲିସ କହିଛି।
ତଦନ୍ତ ଅଧିକାରୀ ଅଦାଲତରେ ଦାଖଲ କରିଥିବା ରିପୋର୍ଟରେ କହିିଛନ୍ତି ଯେ ପଚରାଉଚରା ସମୟରେ ରଣଜିତ, ସାମ୍‌ ସିଂ ଏବଂ ବିଜୟଙ୍କ ସମ୍ପୃକ୍ତି ପ୍ରକାଶ ପାଇଛି। ତଦନ୍ତକାରୀ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ରଣଜିତ ଉତ୍ତରାଖଣ୍ଡର ଏବଂ ସିଏ ଅନ୍ୟ ଅଭିଯୁକ୍ତମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe