ସନ୍ନ୍ୟାସୀ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କ ପରଲୋକ

Advertisment
ସନ୍ନ୍ୟାସୀ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କ ପରଲୋକ

Mangalore Today

ଉଡ଼ୁପି: କର୍ଣ୍ଣାଟକର ତୀର୍ଥ ନଗରୀ ଉଡ଼ୁପିସ୍ଥିତ ପେଜାଓ୍ଵାର୍‌ ମଠର ମୁଖ୍ୟ ସନ୍ନ୍ୟାସୀ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୨୦ ତାରିଖରେ ତାଙ୍କୁ ମାଙ୍ଗାଲୁରୁର କେଏମ୍‌ସି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ଆଜି ତାଙ୍କର ପରଲୋକ ହୋଇଯାଇଛି। ବିଶ୍ବେଶ ତୀର୍ଥ ସ୍ବାମୀଙ୍କ ପରଲୋକରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ସମ୍ମାନରେ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ରାଜ୍ୟସ୍ତରୀୟ ଶୋକ ଘୋଷଣା କରିଛନ୍ତି। ୧୯୩୧ରେ ପୁଟ୍ଟର ଜିଲ୍ଲାର ରାମାକୁଞ୍ଜଠାରେ ଜନ୍ମ ଗ୍ରହଣ କରିଥିବା ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କ ପିତୃଦତ୍ତ ନାମ ଥିଲା ଭେଙ୍କଟରାମ। ମାତ୍ର ୮ ବର୍ଷ ବୟସରେ ୧୯୩୮ରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ। ବିଶ୍ବେଶ ତୀର୍ଥ ସ୍ବାମୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେ ସମସ୍ତଙ୍କ ହୃଦୟ ଓ ମନରେ ରହିବେ ବୋଲି ଟ୍ବିଟ୍‌ କରିଛନ୍ତି। ସ୍ବାମୀଜୀଙ୍କ ସହ ମିଶିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ନିଜକୁ ଭାଗ୍ୟବା‌ନ୍‌ ମଣୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe