ଦାନ୍ତରେ କାମୁୁଡ଼ୁଥିଲେ, ଫୁଟିଲା ଆଇଫୋନ୍‌ର ବ୍ୟାଟେରି: ବିସ୍ଫୋରଣ ଦେଖି ଲୋକେ ଛାନିଆ

ଦାନ୍ତରେ କାମୁୁଡ଼ୁଥିଲେ, ଫୁଟିଲା ଆଇଫୋନ୍‌ର ବ୍ୟାଟେରି: ବିସ୍ଫୋରଣ ଦେଖି ଲୋକେ ଛାନିଆ

ବେଜିଙ୍ଗ: ଆଇଫୋନ୍‌ର ପୁରୁଣା ଫୋନ୍‌ର ପ୍ରୋସେସିଂ ମନ୍ଥର ହେବାର ଅଭିଯୋଗ ଆସିଥିଲା। ନିକଟରେ ଆଇଫୋନ୍‌ ବ୍ୟାଟେରିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚୀନରେ ଆଇଫୋନ୍‌ ବ୍ୟାଟେରି କିଣିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ମୁହଁରେ ଏହା ଫାଟି ଯାଇଛି। ସୌଭାଗ୍ୟବଶତଃ ତାଙ୍କର ଏହି ବିସ୍ଫୋରଣରେ କୌଣସି କ୍ଷତି ହୋଇ ନାହିଁ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

publive-image

ସୂଚନାଯୋଗ୍ୟ, ଚୀନର ଜଣେ ବ୍ୟକ୍ତି ନିଜ ଆଇଫୋନ୍‌ର ବ୍ୟାଟେରି ପରିବର୍ତ୍ତନ କରିବା ପାଇଁ ଷ୍ଟୋରକୁ ଯାଇଥିଲେ। ବ୍ୟାଟେରି କିଣିବା ପୂର୍ବରୁ ତାହା ଅସଲି କି ନକଲି ତାହା ପରଖିବା ପାଇଁ ଏକ ଭିନ୍ନ ଶୈଳୀରେ ଯାଞ୍ଚ କରିଥିଲେ। ସେ ଆଇଫୋନ୍‌ ବେଟେରିକୁ ନିଜ ମୁହଁରେ ରଖି କାମୁଡିବାକୁ ଲାଗିଥିଲେ। ଯେମିତି ହିଁ ସେ ବ୍ୟାଟେରିକୁ ଦାନ୍ତରେ ଦବାଇଛନ୍ତି ତାହା ବିସ୍ଫୋରଣ ହୋଇଯାଇଥିଲା । ବ୍ୟାଟେରି ଫାଟିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ଘଟଣାରେ କାହାରି କିଛି କ୍ଷତି ହୋଇ ନାହିଁ। ଆଇଫୋନ୍‌ ବ୍ୟାଟେରି ବିସ୍ଫୋରଣ ହେବାର କାରଣ ଏଯାବତ୍‌ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ।

publive-image

ତେବେ ଏହି ଖବର ସୋସିଆଲ ମିଡିଆରେ ଆସିବା ପରେ କେତେକ ଲୋକ ବ୍ୟାଟେରି ନକଲି ଥିବା କହୁଥିବା ବେଳେ ଆଉ କେତେକ ଆପେଲ ଉପରେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ମାର୍ଟଫୋନ୍‌ କମ୍ପାନି କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe