‘ଅପ୍ରିୟ ସତ ସବୁବେଳେ ସ୍ମୃତି ହୋଇ ରହିଯାଏ’: ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ

Advertisment
‘ଅପ୍ରିୟ ସତ ସବୁବେଳେ ସ୍ମୃତି ହୋଇ ରହିଯାଏ’: ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ

NDTV

ନୂଆଦିଲ୍ଲୀ: ‘ବିଚାରପତିମାନେ ସେମାନଙ୍କର ସ୍ବତନ୍ତ୍ରତାର ପ୍ରୟୋଗ କାଳରେ ନିରବତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି,’ ବୋଲି କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ। ପ୍ରଧାନ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଆଜି ନିଜର ଶେଷ କାର୍ଯ୍ୟ ଦିବସରେ ସାମ୍ବାଦିକମାନଙ୍କୁ ଏହି କଥା କହିଛନ୍ତି ଜଷ୍ଟିସ୍‌ ଗୋଗେଇ। ଆଉ ଏହି କାରଣ ପାଇଁ ସେ ସାମ୍ବାଦିକମାନଙ୍କୁ ବ୍ୟକ୍ତିଗତ ଭାବେ (ୱାନ୍‌-ଟୁ-ୱାନ୍‌) ସାକ୍ଷାତକାର ଦିଅନ୍ତି ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି।

‘ବାର୍‌ର ସଦସ୍ୟମାନେ ଯେତେବେଳେ ସେମାନଙ୍କର ବାକ୍‌ ସ୍ବାଧୀନତାକୁ ପରିସୀମାର ଶେଷ ପରିଧି ପର୍ଯ୍ୟନ୍ତ ଯାଇ ପ୍ରୟୋଗ କରିଥାନ୍ତି; ସେତେବେଳେ ବେଞ୍ଚରେ ବସିଥିବା ବିଚାରପତିମାନେ ସେମାନଙ୍କର ସ୍ବତନ୍ତ୍ରତା ଓ ସ୍ବାଧୀନତାକୁ ପ୍ରୟୋଗ କରିବାକୁ ନିରବତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି’ ବୋଲି କହିଛନ୍ତି ଜଷ୍ଟିସ୍‌ ଗୋଗେଇ। ‘ଏହାର ଅର୍ଥ ନୁହେଁ ଯେ ବିଚାରପତିମାନେ କିଛି କଥା କହିବେ ନାହିଁ! ବିଚାରପତିମାନେ ମଧ୍ୟ କହିବେ; ହେଲେ ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ସଂପାଦନ ପାଇଁ ଯେତିକି ଆବଶ୍ୟକ କେବଳ ମାତ୍ର ସେତିକି କହିବେ; ତା’ଠାରୁ ଅଧିକ ନୁହେଁ। କାରଣ, ଅପ୍ରିୟ ସତ ସବୁବେଳେ ସ୍ମୃତି ହୋଇ ରହିଯାଏ,’ ବୋଲି ନିଜର ମତ ରଖିଛନ୍ତି ଜଷ୍ଟିସ୍‌ ଗୋଗେଇ।

publive-image Bar & Bench

ନିଜର ୧୩ ମାସରୁ ସ୍ବଳ୍ପ ଅଧିକ କାର୍ଯ୍ୟକାଳର ଶେଷ ଦିବସରେ ବିଦାୟୀ ପ୍ରଧାନ ବଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ତାଙ୍କ ୧ ନମ୍ବର କୋର୍ଟ ରୁମ୍‌ରେ ଭାବବିହ୍ବଳ ହୋଇ ପଡ଼ିବା ସହ କହିଛନ୍ତି, ‘ମୁଁ ବାଛି ନେଇଥିଲି ଏମିତି ଏକ ଅନୁଷ୍ଠାନରେ କାର୍ଯ୍ୟ କରିବି ଯାହାର ଶକ୍ତି ଓ ସାମର୍ଥ୍ୟ ଜନସାଧାଣଙ୍କ ଆସ୍ଥା ଓ ଆତ୍ମ ବିଶ୍ବାସରେ ପ୍ରତିଫଳିତ ହେଉଥିବ। ଏବଂ ନିଜ କାର୍ଯ୍ୟରେ ଅନୁଷ୍ଠାନର ଗାରିମା ଅକ୍ଷୁଣ୍ଣ ରହିଥିବ।’
ଉଲ୍ଲେଖଯୋଗ୍ୟ, ବିଦାୟୀ ପ୍ରଧାନ ବିଚାରପତି ଆସନ୍ତା ୧୭ ତାରିଖ‌େର ନିଜ ପଦବୀରୁ ଅବସର ଗ୍ରହଣ କରିବାକୁ ଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟରେ ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe