Image Courtesy of News18
ନୂଆଦିଲ୍ଲୀ: ଜହ୍ନ ଉଇଁଲାଣି, ଘରେ ସ୍ତ୍ରୀ ‘କର୍ୱା ଚୌଥ୍’ ବ୍ରତ ଉଜାଁଇବାକୁ (ଶେଷ କରିବା) ଅପେକ୍ଷା କରିଛି କହି ଘରେ ପହଞ୍ଚିବାକୁ ସାହାଯ୍ୟ କରିବା ଲାଗି ଦିଲ୍ଲୀ ରାସ୍ତାରେ ଟ୍ରାଫିକ୍ ଜାମ୍ରେ ଫସିଯାଇଥିବା ଜଣେ ବ୍ୟକ୍ତି ପୁଲିସକୁ ଫୋନ୍ କରିଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।
‘ପିଟିଆଇ’ ରିପୋର୍ଟ ଅନୁସାରେ, ପୁଲିସ୍କୁ ଫୋନ୍ କରି ବ୍ୟକ୍ତିଜଣକ କହିଲେ, ଜହ୍ନ ଉଇଁଲାଣି, ସ୍ତ୍ରୀ ବ୍ରତ ଶେଷ କରିବ। ମୁଁ ଟ୍ରାଫିକ୍ ଭିଡ଼ରେ ଫସି ଯାଇଛି। ଦୟାପୂର୍ବକ ସାହାଯ୍ୟ କରନ୍ତୁ।
Image Courtesy of Times Nowଉଲ୍ଲେଖଯୋଗ୍ୟ, ସ୍ବାମୀଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ବୁଧବାର ଦିନ ଭାରତର ବିଭନ୍ନ ପ୍ରାନ୍ତରେ ସଧବା ହିନ୍ଦୁ ମହିଳାମାନେ ‘କର୍ୱା ଚୌଥ୍’ ବ୍ରତ ପାଳନ କରିଥିଲେ। ଏହି ପାରମ୍ପରିକ ପର୍ବରେ ସ୍ତ୍ରୀମାନେ ପ୍ରତ୍ୟୁଷରୁ ଚନ୍ଦ୍ର ଉଦୟ ପର୍ଯ୍ୟନ୍ତ ଉପବାସ କରନ୍ତି।
ଏହି ଅବସରରେ ତିହାର ଜେଲ୍ରେ ମଧ୍ୟ ପ୍ରାୟ ୧୯୫ଜଣ ମହିଳା କଏଦୀ ‘କର୍ୱା ଚୌଥ୍’ ବ୍ରତ ପାଳନ କରିଥିଲେ। ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ମାନଙ୍କ ତତ୍ତ୍ବାବଧାନରେ ଜେଲ୍ ନମ୍ବର ୬ରେ ପ୍ରାୟ ୧୪୦ଜଣ ଓ ଜେଲ୍ ନମ୍ବର ୧୬ରେ ୫୫ଜଣ ମହିଳା କଏଦୀ ଏହି ପର୍ବ ପାଳନ କରିଥିଲେ। ଓଷା ନିମନ୍ତେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲା ଜେଲ୍ ପ୍ରଶାସନ।
‘ପିଟିଆଇ’ ରିପୋର୍ଟ ଅନୁସାରେ, ସମ୍ପ୍ରତି ଜେଲ୍ ନମ୍ବର ୬ରେ ୬୫୦ଜଣ ଓ ଜେଲ୍ ନମ୍ବର ୧୬ରେ ୧୫୦ଜଣ ମହିଳା କଏଦୀ ଅଛନ୍ତି।
Follow Us