କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Advertisment

ଓଡ଼ିଶାର ୧୩.୯୫ ଲକ୍ଷ ପିଏମ୍‌ଏୱାଇ୍‌ ହିତାଧିକାରୀ କେନ୍ଦ୍ର ତାଲିକାରୁ ବଞ୍ଚିତ

ଓଡ଼ିଶାର ୧୩.୯୫ ଲକ୍ଷ ପିଏମ୍‌ଏୱାଇ୍‌ ହିତାଧିକାରୀ କେନ୍ଦ୍ର ତାଲିକାରୁ ବଞ୍ଚିତ

କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ : ଓଡ଼ିଶାର ୧୩.୯୫ ଲକ୍ଷ ପିଏମ୍‌ଏୱାଇ୍‌ ହିତାଧିକାରୀ କେନ୍ଦ୍ର ତାଲିକାରୁ ବଞ୍ଚିତ ହୋଇଛନ୍ତି। ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ରହିଥିବା ବିଭିନ୍ନ ସମସ୍ୟା ସମାଧାନ ଓ ୧୬ଟି ଅଣ ଫନି ପ୍ରଭାବିତ ଜିଲ୍ଲାମାନଙ୍କରେ ଆବାସ ଆପ୍ ଜରିଆରେ ଯୋଗ୍ୟ ହିତାଧିକାରୀ ଚୟନ କରିବାକୁ ବିଜେଡି ସାଂସଦମାନେ ଦାବି କରିଛନ୍ତି। ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଂଜନା ଜ୍ୟୋତିଙ୍କୁ ସାକ୍ଷାତ କରି ଏସଂପର୍କରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଆବାସ ଆପ୍‌ ଜରିଆରେ ଚିହ୍ନଟ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀଙ୍କୁ ଘର ଦିଆଯାଇଥିବା ବେଳେ ଓଡ଼ିଶାର ଫନି ପ୍ରଭାବିତ ପରିବାରଙ୍କୁ ଏଥିରେ ସାମିଲ କରାଯାଇନଥିବା ବିଜେଡି ପ୍ରତିନିଧିଦଳ କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe