୭୫ ବର୍ଷର ସଂସଦୀୟ ଯାତ୍ରା ଆଲୋଚନାରେ ଭାଗ ନେଲେ ବିଜେଡି ସାଂସଦ: ଦଳୀୟ ହ୍ବିପ୍‌ର ଖଣ୍ଡା ସବୁବେଳେ ଆମ ମୁଣ୍ଡ ଉପରେ ଝୁଲୁଛି

Advertisment
୭୫ ବର୍ଷର ସଂସଦୀୟ ଯାତ୍ରା ଆଲୋଚନାରେ ଭାଗ ନେଲେ ବିଜେଡି ସାଂସଦ: ଦଳୀୟ ହ୍ବିପ୍‌ର ଖଣ୍ଡା ସବୁବେଳେ ଆମ ମୁଣ୍ଡ ଉପରେ ଝୁଲୁଛି

ନୂଆଦିଲ୍ଲୀ: ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ହୋଇଛି। ଆଲୋଚନାରେ ବିଜେଡିର ସାଂସଦ ମାନେ ଭାଗ ନେଇଥିଲେ। ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିତର୍କରେ ଭାଗ ନେଇଥିଲେ। ସଂସଦର ୭୫ ବର୍ଷର ଇତିହାସରେ ବିଭିନ୍ନ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ସଂପର୍କରେ ସେ ଉଲ୍ଲେଖ କରିଥିଲେ। ଦଳୀୟ ହ୍ବିପ୍‌ର ଖଣ୍ଡା ସବୁବେଳେ ଆମ ମୁଣ୍ଡ ଉପରେ ଝୁଲୁଛି। ଏହାର ସଂଶୋଧନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହତାବ କହିଥିଲେ। ସେ କହିଥିଲେ, ସମ୍ବିଧାନ ସଂଶୋଧନରେ ୧୦ମ ଅନୁଚ୍ଛେଦକୁ ଯୋଡ଼ି ଦିଆଗଲା, ଯେଉଁଥିରେ ପ୍ରଥମ ଥର ପାଇଁ ସମ୍ବିଧାନରେ ଦଳକୁ ଉଲ୍ଲେଖ କରାଗଲା ଯାହାଦ୍ବାରା ସମସ୍ତ ସାଂସଦ ସେମାନଙ୍କର ଆୱାଜ ହରାଇଲେ। ବିଲଗୁଡିକର ଆଲୋଚନା ବେଳେ ବ୍ୟକ୍ତିଗତ ମତକୁ ପରିପ୍ରକାଶ କରାଗଲା ନାହିଁ। ଦଳୀୟ ହ୍ବିପ ଜାରି କରାଗଲା। ଏହାର ସଂଶୋଧନ କରାଯିବା ଆବଶ୍ୟକ ରହିଛି।

ଏହାକୁ ସଂଶୋଧନ କରାନଗଲେ ଦେଶବାସୀ ଏହାକୁ ସଂଶୋଧନ କରିବେ ବୋଲି ଶ୍ରୀ ମହତାବ କହିଥିଲେ। ନିଜର ୨୫ ବର୍ଷର ସଂସଦୀୟ ଜୀବନରେ ପୋଟା ଆଇନ, ଇଣ୍ଡୋ-ୟୁଏସ୍‌ ନ୍ୟୁକ୍ଲିୟର ଡିଲ, ଗୋଟିଏ ଭୋଟରେ ବାଜପେୟୀ ସରକାରଙ୍କ ପତନ ଭଳି ଅନେକ ଘଟଣାକୁ ସେ ଉଲ୍ଲେଖ କରିଥିଲେ। ଗୋଟିଏ ଦେଶ ଗୋଟିଏ ଭୋଟ ପ୍ରସଙ୍ଗରେ ମତ ରଖି ସେ କହିଥିଲେ, ଦେଶରେ ଏହାର ଆବଶ୍ୟକତା ରହିଛି। ଏନେଇ କମିଟି ଗଠନ କରାଯାଇଛି। କମିଟିର ସୁପାରିସକୁ ଅପେକ୍ଷା କରିବାକୁ ପଡ଼ିବ। ୟୁସିସି ବା ସମାନ ନାଗରିକ ସଂହିତା ଉପରେ ମଧ୍ୟ ଶ୍ରୀ ମହତାବ ତାଙ୍କର ମତ ରଖିଥିଲେ। ରାଜ୍ୟସଭାରେ ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ହୋଇଥିବା ଆଲୋଚନାରେ ବିଜେଡି ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ମମତା ମହାନ୍ତ ଭାଗ ନେଇଥିଲେ। ମହିଳା ସଂରକ୍ଷଣ ବିଲ୍‌କୁ ନୂଆ ସଂସଦ ଭବନରେ ପାରିତ କରିବା ପାଇଁ ସସ୍ମିତ ଦାବି କରିଥିଲେ। ସେହିଭଳି ସାଂସଦ ଅମର ପଟ୍ଟନାୟକ ସଂସଦୀୟ ଗଣତନ୍ତ୍ରରେ ରାଜ୍ୟଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe