ଭୁବନେଶ୍ୱର: ଆଜି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
ଇସ୍ତଫା ପରେ ସେ ଦଳ ବିରୋଧରେ ବିଷୋଦଗାର କରି କହିଛନ୍ତି, ‘ବିଜେଡି ପ୍ରାର୍ଥୀ ଚୟନରେ ଅନିୟମିତତା ଲକ୍ଷ୍ୟ କରାଯାଇଛି। ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନଙ୍କୁ ଟିକେଟ୍ ମିଳିଛି, ମୋ ପୁଅକୁ ଚୟନ କରାଗଲାନି, ସେଥିପାଇଁ ମୁଁ ମର୍ମାହତ । ଏବେ ବିଜେଡି ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇଛି ବୋଲି କହିଛନ୍ତି ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ।
ସେ ଆହୁରି କହିଛନ୍ତି ଯେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ଲାଗି ୪ ଘଣ୍ଟା ଅପେକ୍ଷା କରିଥିଲେ ମାତ୍ର ଦେଖା କରିପାରିଲି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ କ୍ଷମତା କେନ୍ଦ୍ରମାନେ ତାଙ୍କୁ ଦେଖା କରାଇ ଦେଲେ ନାହିଁ। ଏହା ତାଙ୍କୁ ଖୁବ୍ ଆଘାତ ଦେଇଛି । ଏହାପରେ ସେ ଅନୁଭବ କଲେ ଯେ ବିଜେଡି ଲାଗି ଅନାବଶ୍ୟକ ହୋଇ ପଡ଼ିଛନ୍ତି। ତେଣୁ ଇସ୍ତଫା ଦେଇଛି।
Follow Us