ସର୍ବଦଳୀୟ ବୈଠକରେ ମହିଳା କାର୍ଡ ଖେଳିଲା ବିଜେଡି

Advertisment
ଏନ୍‌ପିଡିଆର୍‌ଆର୍‌ କମିଟିରେ ପିନାକୀ

youtube.com

ଚଳିତ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ପାଇଁ ଦାବି
ସମର୍ଥନ କଲେ ଵାଇଏସ୍‌ଆର କଂଗ୍ରେସ ଏବଂ ଟିଆର୍‌ଏସ୍‌
ପୂର୍ବରୁ ରାଜ୍ୟସଭା ଏହି ବିଲ୍ ଅନୁମୋଦନ ଦେଇସାରିଛି

ନୂଆଦିଲ୍ଲୀ : ସଂସଦର ଚଳିତ ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌କୁ ଗୃହୀତ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ପକ୍ଷରୁ ଜୋର୍‌ଦାର ଦାବି ଉପସ୍ଥାପନ କରାଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଯୋଗ ଦେଇଥିଲେ। ସେ କହିଥିଲେ ମହିଳା ସଂରକ୍ଷଣ ବିଲ୍‌କୁ ଚଳିତ ବଜେଟ୍ ଅଧିବେଶନରେ ପାରିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଉ କୌଣସି ପ୍ରକାର ବିଳମ୍ବ ନ କରାଯାଇ ଲୋକସଭାରେ ମହିଳା ଆରକ୍ଷଣ ବିଲ୍‌କୁ ଗୃହୀତ କରାଯାଉ।

ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟ ସଭାରେ ଏହି ବିଲ୍ ୧୦ ବର୍ଷ ପୂର୍ବରୁ ପାରିତ ହୋଇସାରିଛି। ମହିଳା ସଂରକ୍ଷଣ ବିଲ୍‌କୁ ବିଜେପି ଓ କଂଗ୍ରେସ ସମର୍ଥନ କରିଛନ୍ତି। ଅନେକ ରାଜନୈତିକ ଦଳମାନଙ୍କର ମଧ୍ୟ ଏହାକୁ ସମର୍ଥନ ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ହୃଦ୍‌ବୋଧ ହେଉଛି ଯେ ବର୍ତ୍ତମାନ ସମୟ ଆସିଯାଇଛି ଏହି ବିଲ୍‌କୁ ଲୋକସଭାରେ ପାରିତ କରାଯିବା ଦରକାର।

ପିନାକୀ ପୁଣି କହିଥିଲେ, ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାର ସମୁଦାୟ ୨୧ଟି ଆସନରୁ ବିଜେଡି ଏକମାତ୍ର ରାଜନୈତିକ ଦଳ ରୂପେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ବିଜେପିରୁ ମଧ୍ୟ ଦୁଇ ଜଣ ମହିଳା ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଅର୍ଥାତ୍ ଲୋକସଭାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏକ ତୃତୀୟାଂଶ ମହିଳା ସାଂସଦ ରହିଛନ୍ତି।

ଆଜିର ସର୍ବଦଳୀୟ ବୈଠକରେ ୱାଇଏସ୍‌ଆର୍‌ କଂଗ୍ରେସ ଓ ଟିଆରଏସ୍‌ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ। ବିଜେଡିର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେହିଭଳି ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୃଷକଙ୍କ ଦାବି ସଂପର୍କରେ ଅନେକ କିଛି ସ୍ଥାନୀତ ହୋଇଥିବା ପରିପ୍ରେକ୍ଷୀରେ ଏ ନେଇ ଗୃହରେ ବାଧା ସୃଷ୍ଟି ନ କରାଯାଉ ବୋଲି ବିଜେଡି ମତ ରଖିଥିଲା। ତେବେ ଓଡ଼ିଶାର ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍ ଚଳିତ ଅଧିବେଶନରେ ଆଗତ ଲାଗି ବିଜେଡି ଆଜି କୌଣସି ଦାବି ଉପସ୍ଥାପନ କରିନାହିଁ।''

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe