ପଳାତକ ଆର୍ଥିକ ଅପରାଧୀ ବିଲ୍‌କୁ ବିଜେଡିିର ବିରୋଧ

କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳା ଆଗତ କରିଥିବା ପଳାତକ ଆର୍ଥିକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତ ସମ୍ପର୍କିତ ବିଲ୍‌କୁ ବିଜୁ ଜନତା ଦଳ ଜୋରଦାର ବିରୋଧ କରିଛି। ଉଲ୍ଲେଖଯୋଗ୍ୟ, ଏହି ବିଲ୍‌ ଗୃହୀତ ହେଲେ ପଳାତକ ଆର୍ଥିକ ଅପରାଧୀଙ୍କ ସମ୍ପତ୍ତି ବେଦଖଲ ହେବା ସହ ବଡ଼ କମ୍ପାନିଗୁଡ଼ିକର ଅଡିଟିଂ ଷ୍ଟାଣ୍ଡାର୍ଡ ନିରୀକ୍ଷଣ ପାଇଁ ପ୍ରାଧିକରଣ ଗଠନ କରାଯିବ। ତେବେ ଏହାକୁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିରୋଧ କରି କହିଥିଲେ, ଏହି ବିଲ୍‌ରେ ଥିବା କିଛି ସର୍ତ୍ତ ଜଣଙ୍କୁ ବିନା ଦୋଷରେ ବି ଅପରାଧୀ କରିଦେବ। ତେଣୁ ଏପ୍ରକାର ବିଲ୍‌ ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ମହତାବ କହିଛନ୍ତି। ଦେଶରେ ଏଭଳି ଅପରାଧ ପାଇଁ ଅନେକ ଆଇନ୍‌ ରହିଥିବା ବେଳ ଆଉ ଏକ ଆଇନ୍‌ର ଆବଶ୍ୟକତା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe