ରାଜ୍ୟସଭାରେ ପାରିତ ୭ ବିଲ୍‌କୁ ବିଜେଡିର ସମର୍ଥନ

Advertisment
କୃଷି ବିଲ୍‌କୁ ନେଇ ସରକାର-ବିରୋଧୀ ମୁହାଁମୁହିଁ

DNA India

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଲୋଚନା କରାଯାଇ ୭ଟି ବିଲ୍‌କୁ ପାରିତ କରାଯାଇଛି। ବିଜେଡି ସମସ୍ତ ବିଲ୍‌କୁ ସମର୍ଥନ କରିଛି।
ସେଗୁଡ଼ିକ ମଧ୍ୟରେ ରହିଛି ଇଣ୍ଡିଆନ୍ ଅନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ୍ ଟେକ୍ନୋଲଜି (ସଂଶୋଧନ) ବିଲ୍‌। ଏହି ବିଲ୍‌ ଉପରେ କରାଯାଇଥିବା ଆଲୋଚନାରେ ଭାଗନେଇଥିଲେ ସାଂସଦ ଡ. ସସ୍ମିତ ପାତ୍ର। ଏହି ଅବସରରେ ଡ. ପାତ୍ର ଗତ ଅଗଷ୍ଟ ମାସରେ ଭୁବନେଶ୍ବର ଆଇଆଇଟିର ଛାତ୍ରଛାତ୍ରୀମାନେ ଫି’ ପ୍ରସଙ୍ଗରେ ଶ୍ରେଣୀ ବର୍ଜନ କରିବା ଘଟଣାରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏତଦ୍‌ବ୍ୟତୀତ ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦ ଗୁଡ଼ିକୁ ଶୀଘ୍ର ପୂରଣ ପାଇଁ ଦାବି କରିଥିଲେ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତ ରବିବାର ରାଜ୍ୟସଭାରେ ଦୁଇଟି କୃଷି ବିଲ୍‌କୁ ବିଜେଡି ବିରୋଧ କରିଥିବାବେଳେ ଆଜି ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ-୨୦୨୦କୁ ସମର୍ଥନ କରିଛି। ଏ ସମ୍ପର୍କିତ ଆଲୋଚନାରେ ଭାଗ‌ନେଇ ସାଂସଦ ଅମର ପଟ୍ଟନାୟକ କହିଥିଲେ ଯେ ବିଲ୍‌ରେ ମଣିଷକୃତ ବିପର୍ଯ୍ୟୟ ସମ୍ପର୍କରେ କୌଣସି ଉଲ୍ଲେଖ ନଥିବାବେଳେ ବିଲ୍‌ରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଉଲ୍ଲେଖ ଅଛି। ଏମିତିରେ ମଣିଷକୃତ ବିପର୍ଯ୍ୟୟର ସ୍ଥିତିରେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହିତ, କୃଷି ଗବେଷଣା ଓ ବଜାର ଗବେଷଣାର ଆବଶ୍ୟକତା ରହିଥିବାର ସେ କହିଥିଲେ। ଅନ୍ୟ ଏକ ଗୁହୁତ୍ୱପୂର୍ଣ୍ଣ ବିଲ୍ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ (ସଂଶୋଧନ)-୨୦୨୦କୁ ମଧ୍ୟ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ଏହି ବିଲ୍‌ର ଆଲୋଚନାରେ ବିଜେଡି ତରଫରୁ ଭାଗ ନେଇଥିଲେ ସାଂସଦ ଡଃ . ପଟ୍ଟନାୟକ। ସେହିଭଳି, କମ୍ପାନି (ସଂଶୋଧନ) ବିଲ୍-୨୦୨୦କୁ ବିତର୍କରେ ଭାଗନେଇ ବିଜେଡି ପକ୍ଷରୁ ସାଂସଦ ସୁଜିତ କୁମାର ବିଲ୍‌କୁ ସମର୍ଥନ ଜଣାଇଥିଲେ। ରାଜ୍ୟସଭାରେ ପାରିତ ହୋଇଥିବା ନ୍ୟାସନାଲ ଫରେନ୍‌ସିକ୍ ସାଇନ୍ସ ୟୁନିଭରସିଟି ବିଲ୍-୨୦୨୦ ଏବଂ ରାଷ୍ଟ୍ରୀୟ ସୁରକ୍ଷା ୟୁନିଭର୍ସିଟି ବିଲ୍ ୨୦୨୦କୁ ମଧ୍ୟ ବିଜେଡି ପୂର୍ଣ୍ଣ ସମର୍ଥନ କରିଥିଲା। ଦୁଇଟି ବିଲ୍‌ର ଆଲୋଚନାରେ ବିଜେଡିର ସାଂସଦ ମୋଜିବୁଲ୍ଲା ଖାନ୍ ଭାଗ ନେଇଥିଲେ। ଆଜି ରାଜ୍ୟସଭାରେ ପାରିତ ହୋଇଥିବା ସପ୍ତମ ବିଲ୍‌- ଟ୍ୟାକ୍ସେସନ୍ ବିଲ୍-୨୦୨୦କୁ ବିଜେଡି ସମର୍ଥନ ଜଣାଇଥିଲା ଏବଂ ଏଥିଲେ ବିଜେଡି ସାଂସଦ ସୁଜିତ୍ କୁମାର ଆଲୋଚନାରେ ଭାଗନେଇ ସରକାରଙ୍କୁ ଏକାଧିକ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe