ରାଜ୍ୟସଭାରେ ପଳାତକ ଆର୍ଥିକ ଅପରାଧ ବିଲ୍‌-୨୦୧୮କୁ ବିଜେଡିର ସମର୍ଥନ

ଅଚଳାବସ୍ଥା ପାଇଁ ସରକାର ଦାୟୀ: ଖଡ଼୍‌ଗେ

ନୂଆଦିଲ୍ଲୀ : ରାଜ୍ୟସଭାରେ ପଳାତକ ଆର୍ଥିକ ଅପରାଧ ବିଲ୍‌-୨୦୧୮କୁ ବିଜେଡି ଆଜି ସମର୍ଥନ କରିଛି। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ଏହି ବିଲ୍‌କୁ ରାଜ୍ୟସଭାରେ ସମର୍ଥନ କରିବା ସହ ବିଲ୍‌ର ବୈଧତାକୁ ନେଇ ତାଙ୍କର ସନ୍ଦେହ ଥିବା ନେଇ ମଧ୍ୟ ବକ୍ତବ୍ୟ ରଖିଥିଲେ। ପଳାତକ ଅପରାଧ ବିଲ୍‌ରେ ଥିବା ସର୍ତ୍ତ ଜଣଙ୍କୁ ବିନା ଦୋଷରେ ବି ଅପରାଧୀ କରିଦେବ। ତେଣୁ ଏପ୍ରକାର ବିଲ୍‌ ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବ। ପ୍ରତ୍ୟେକ ବ୍ୟକ୍ତିଙ୍କର ନ୍ୟାୟ ପାଇବାର ଅଧିକାର ରହିଛି ଏବଂ ତାଙ୍କୁ ନ୍ୟାୟପାଇଁ କୋର୍ଟରେ ଦ୍ୱାରସ୍ଥ ହେବାକୁ କେହି ରୋକି ପାରିବେନି ବୋଲି ସେ କହିଥିଲେ।

ରାଜ୍ୟସଭାରେ ୩ ଓଡ଼ିଆ ସାଂସଦଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳ ଓ ପ୍ରଶ୍ନକାଳରେ ଓଡ଼ିଶାର ୩ ଜଣ ସାଂସଦଙ୍କ ଦ୍ୱାରା ଓଡ଼ିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ କରାଯାଇଥିଲା। ଶୂନ୍ୟକାଳରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚାଷୀମାନଙ୍କୁ ଫସଲ ବୀମା ଅର୍ଥ ଦିଆଯିବାରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା ବାୟୋ ଫୁଏଲ୍‌ ପ୍ଲାଣ୍ଟ୍‌ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେହିପରି ପ୍ରଶ୍ନ କାଳରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଡ଼ିଶାରୁ ବିମାନଯାତ୍ରା କରିବା ସମୟରେ ଏୟାରହଷ୍ଟେସ୍‌ମାନଙ୍କ ଦ୍ୱାରା ଓଡ଼ିଆ ଭାଷାରେ ବିମାନ ଚଳାଚଳ ତଥା ସୁରକ୍ଷା ରୀତି ସମ୍ପର୍କରେ ସୂଚନା ଦେବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ବ୍ୟବସ୍ଥା କରାଗଲେ ଓଡ଼ିଆ ଯାତ୍ରୀମାନଙ୍କୁ ଫାଇଦା ମିଳିପାରିବ ବୋଲି ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe