ରାଜ୍ୟସଭାରେ ଏସ୍‌ପିଜି ବିଲ୍‌କୁ ବିଜେଡିର ସମର୍ଥନ

ବିଜୁଙ୍କୁ ମନେ ପକାଇଲେ ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟସଭାରେ ଏସ୍‌ପିଜି ବିଲ୍‌କୁ ବିଜେଡିର ସମର୍ଥନ

Ommcom News

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଏସ୍‌ପିଜି ବିଲ୍‌କୁ ସମର୍ଥନ କରିଥିଲା ବିଜେଡି। ବିଲ୍ ଆଲୋଚନାରେ ଭାଗ ନେଇ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ େଯ ସରକାର ଯେଉଁ ବିଲ୍ ଆଣୁଛନ୍ତି ତାହା ଉପଯୁକ୍ତ ବିଲ୍ ଏବଂ ଏହାକୁ ବିଜେଡି ସମର୍ଥନ କରୁଛି। ଗାନ୍ଧୀ ପରିବାରକୁ ଏସ୍‌ପିଜି ସୁରକ୍ଷା ହଟାଇବା ମାମଲାରେ ପ୍ରସନ୍ନ କହିଥିଲେ, ଗାନ୍ଧୀ ପରିବାର ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। କିନ୍ତୁ ଏହା ଜରୁରୀ ନୁହେଁ େଯ ପରିବାର ସମସ୍ତଙ୍କୁ ଏସ୍‌ପିଜି ସୁରକ୍ଷା ପ୍ରଦାନ କରାଯାଇ ପାରିବ।

ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସଂପର୍କରେ ଗୃହ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ, ମଣ୍ଡଳ କମିସନ ଆନ୍ଦୋଳନ ସମୟରେ ଭୁବନେଶ୍ବରରେ ସେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମାନଙ୍କ ଉପରେ ଗୁଳିଚାଳନା ନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ବିନା ସୁରକ୍ଷାରେ ଆନ୍ଦୋଳନ ସ୍ଥଳକୁ ଯାଇଥିଲେ। ସେଠାରେ ସେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ସେମାନଙ୍କର ମନ ଜିଣି ପାରିଥଲେ। ଉଲ୍ଲେଖଯୋଗ୍ୟ ଏସ୍‌ପିଜି ବିଲ୍ ଲୋକସଭାରେ ଗତ ସପ୍ତାହରେ ଆଲୋଚନା ହୋଇ ପାରିତ ହୋଇଥିଲା। ହେଲେ ସେଥିରେ ବିଜେଡି ଅଂଶ ଗ୍ରହଣ କରିନଥିଲା। ଆଜି ବିଜେଡି ସାଂସଦମାନଙ୍କ ବୈଠକରେ ରାଜ୍ୟସଭାରେ ଏହି ବିଲ୍ ଆଲୋଚନାରେ ବିଜେଡି ଭାଗ ନେବ ବୋଲି ନିଷ୍ପତି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe