ରାଜ୍ୟସଭାରେ ବିଜେଡିର ଦାବି : ଓଡ଼ିଶାକୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମିଳୁ

ରାଜ୍ୟସଭାରେ ବିଜେଡିର ଦାବି : ଓଡ଼ିଶାକୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମିଳୁ

India Today

ନୂଆଦିଲ୍ଲୀ : ଓଡ଼ିଶାକୁ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା ପ୍ରଦାନ କରାଯାଉ। ଏନେଇ ଆଜି ରାଜ୍ୟସଭାରେ ସାଧାରଣ ବଜେଟ୍ ଆଲୋଚନାରେ ଭାଗନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ସେ କହିଛନ୍ତି ଗତ ଶହେ ବର୍ଷରେ ୭୮ ଥର ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଯଦିବା ସ୍ଥାୟୀ ଭାବରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଆନଯାଉ କିନ୍ତୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା ଦିଆଯାଉ। ଓଡ଼ିଶାରେ ଦାରିଦ୍ର୍ୟ କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କେନ୍ଦ୍ର ସରକାର ସଂଘୀୟ ସୟଯୋଗିତା ଆଧାରରେ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ଦରକାର। କେଇଲା ରୟାଲିଟି ଦର ବୃଦ୍ଧି କରିବା ସମ୍ପର୍କରେ ମଧ୍ୟ ସେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। କେନ୍ଦ୍ର ସରକରାଙ୍କ ସାଧାରଣ ବଜେଟ୍ ଆଶା ଓ ନିରାଶା ମଧ୍ୟରେ ପର୍ଯ୍ୟବେଶିତ ବୋଲି ସେ କହିଥିଲେ। କୃଷି କ୍ଷେତ୍ରରେ ଅଧିକ ପ୍ରତିଶତ ଆବଣ୍ଟନ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ। ହେଲେ ସରକାରଙ୍କ ଦ୍ବାରା ଯେଉଁ ଏମଏସ୍‌ପି ଦର ବୃଦ୍ଧି କରାଯାଇଛି ତାହା ହାସ୍ୟା‌ସ୍ପଦ ବୋଲି ସେ ଉଲ୍ଲେଖ କରିଥିଲେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଯେଉଁଭଳି ବ୍ୟବସ୍ଥା କରାଯାଇଛି ସେନେଇ ସେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟମାନଙ୍କର କୃଷି ବିକାଶ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ମିଶ୍ରଣ କରାଯିବା ଦରକାର। ଯାହାଦ୍ବାରା ଉଭୟ ରାଜ୍ୟ ଓ କେନ୍ଦ୍ରର ବୋଝ ହାଲୁକା ହୋଇପାରିବ। ମନରେଗା ଆବଣ୍ଟନରେ ହ୍ରାସତା ତଥା ଏହାର ପାରିଶ୍ରମିକରେ ରହିଥିବା ବ୍ୟତିକ୍ରମକୁ ନେଇ ସେ ପ୍ରଶ୍ନ କରିଥିଲେ। ସମ୍ବଲପୁରୀ ହସ୍ତତନ୍ତ ଡିଜାଇନ୍‌କୁ ନକଲ କରାଯିବା ଭଳି ଏକ ଗମ୍ଭୀର ମାମଲାରେ ଅଙ୍କୁଶ ଲଗାଇବା ପାଇଁ ସେ ଭାଷଣରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe