ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ସିପିଆଇ ନେତାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

Advertisment
ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ସିପିଆଇ ନେତାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ : ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ସମର୍ଥନ ପାଇଁ ଅଣ୍ଟା ଭିଡ଼ିଥିବା ବିଜୁ ଜନତା ଦଳ ଆଜି ସଂସଦ ଭବନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତାଙ୍କୁ ଭେଟିଛି। ସିପିଆଇ ନେତା ତଥା ସାଂସଦ ଡି. ରାଜାଙ୍କୁ ବିଜେଡି ଲୋକସଭା ସାଂସଦ ଡାକ୍ତର କୁଳମଣି ସାମଲ ଓ କଳିକେଶ ନାରାୟଣ ସିଂହଦେଓ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ର ହସ୍ତଗତ କରିବା ସହ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବା ପାଇଁ ସମର୍ଥନ ଲୋଡ଼ିଥିଲେ। କୌଣସି କାରଣବଶତଃ ବିଜେଡି ପ୍ରତିନିଧି ମଣ୍ଡଳୀରେ ସାଂସଦ ରୀତା ତରାଇ ଅନୁପସ୍ଥିତ ଥିଲେ। ପ୍ରତିନିଧି ମଣ୍ଡଳୀରେ ସାମିଲ ଥିବା ସାଂସଦ କଳିକେଶ ନାରାୟଣ ସିଂହଙ୍କ କହିବାନୁଯାୟୀ, ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସିପିଆଇ ନେତା ଡି. ରାଜା ସକରାତ୍ମକ ମନୋଭାବ ପୋଷଣ କରିଥିଲେ। ଆସନ୍ତା ସପ୍ତାହରେ ଏହି ପ୍ରତିନିଧି ମଣ୍ଡଳୀ ସିପିଆଇଏମ୍‌ ନେତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପତ୍ର ହସ୍ତଗତ କରିବେ ବୋଲି କଳିକେଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe