ୱକଫ୍ ସଂଶୋଧିତ ବିଲ୍‌କୁ ନେଇ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ: ମୁଜିବୁଲ୍ଲାଙ୍କ ବିରୋଧ, ସସ୍ମିତଙ୍କ ବିବେକାନୁମୋଦିତ

Advertisment

ରାଜ୍ୟସଭାରେ ୱକଫ୍ (ସଂଶୋଧନ) ବିଧେୟକ-୨୦୨୫କୁ ନେଇ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ। ଆଜି ବିଲ୍‌ ଆଲୋଚନାରେ ଭାଗ ନେଇ ଦଳର ସାଂସଦ ମୁଜିବୁଲ୍ଲା ଖାନ ବିଲକୁ ବିରୋଧ କରିଥିଲେ।

ରାଜ୍ୟସଭାରେ ୱକଫ୍ (ସଂଶୋଧନ) ବିଧେୟକ-୨୦୨୫କୁ ନେଇ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ। ଆଜି ବିଲ୍‌ ଆଲୋଚନାରେ ଭାଗ ନେଇ ଦଳର ସାଂସଦ ମୁଜିବୁଲ୍ଲା ଖାନ ବିଲକୁ ବିରୋଧ କରିଥିଲେ।

bjd

ନୂଆଦିଲ୍ଲୀ: ରାଜ୍ୟସଭାରେ ୱକଫ୍ (ସଂଶୋଧନ) ବିଧେୟକ-୨୦୨୫କୁ ନେଇ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ। ଆଜି ବିଲ୍‌ ଆଲୋଚନାରେ ଭାଗ ନେଇ ଦଳର ସାଂସଦ ମୁଜିବୁଲ୍ଲା ଖାନ ବିଲକୁ ବିରୋଧ କରିଥିଲେ। ୱକଫ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଓ ବିଲ୍‌କୁ ନେଇ ମୁସଲମାନଙ୍କ ଭିତରେ ରହିଥିବା ଆଶଙ୍କାକୁ ଦୂର କରାଯାଉ ବୋଲି ଦାବି କରିଥିଲେ।

ସାଂସଦ ଶ୍ରୀ ଖାନ ଏହା ବିରୋଧରେ ବୟାନ ଦେଇଥିବାବେଳେ ଏହାର କିଛି ସମୟ ପରେ ଦଳର ରାଜ୍ୟସଭା ନେତା ‘ଏକ୍ସ’ରେ ଟୁଇଟ୍‌ କରି କହିଛନ୍ତି ଯେ ରାଜ୍ୟସଭାରେ ଭୋଟିଂ ବେଳେ ଏହି ବିଲକୁ ବିଜେଡି ବିରୋଧ ନ କରି ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ବିଜେଡି ପକ୍ଷରୁ ଏ ନେଇ କୌଣସି ହୁଇପ୍‌ ଜାରି କରାଯାଇନାହିଁ ବୋଲି ସେ  ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧ ତାରିଖରେ ସସ୍ମିତ କହିଥିଲେ ବିଲ୍‌ରେ ଇସ୍‌ଲାମ ବିରୋଧରେ ଅନେକ ପ୍ରାବଧାନ ଥିବାରୁ ଦଳ ଏହାକୁ ବିରୋଧ କରୁଛି। ତେଣୁ ବିଲ୍‌କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ବିଲ୍‌କୁ ନେଇ ବିଜେଡି ଦ୍ବନ୍ଦ୍ବରେ ଅଛି ନା ସମର୍ଥନ ପାଇଁ ନିଷ୍ପତ୍ତି ନେଇଛି ତାହା ଭୋଟିଂ ସମୟରେ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe