The Economic Times
ନୂଆଦିଲ୍ଲୀ :ପାରାଦୀପ ବନ୍ଦର ସ୍ଥାପନର ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ଭିତ୍ତିଭୂମିର ବିକାଶ ହୋଇପାରିନାହିଁ। ବନ୍ଦରର ବାର୍ଷିକ ଲାଭ ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେଉଛି। କିନ୍ତୁ କୌଣସି ମାଷ୍ଟରପ୍ଳାନ୍ ନ ଥିବାରୁ ଠିକା ତଥା ଅସ୍ଥାୟୀ ଶ୍ରମିକମାନେ ଗୁରୁତର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଇଁ କୌଣସି ସ୍ଥାୟୀ ଚାକିରି ନାହିଁ। ସବୁକିଛି ସେବା ପ୍ରଦାନକାରୀଙ୍କ ଦ୍ବାରା କରାଯାଉଛି । ଆଜି ରାଜ୍ୟସଭାରେ ଏହି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ। ଆଜି ରାଜ୍ୟସଭାରେ ପ୍ରମୁଖ ବନ୍ଦର ପ୍ରାଧିକରଣ ବିଲ୍କୁ ସମର୍ଥନ ଜଣାଇବା ସହିତ ସାଂସଦ ଶ୍ରୀ ସିଂହ ଏହି ଅଭିଯୋଗ ଆଣିଛନ୍ତି।
ସାଂସଦ ଶ୍ରୀ ସିଂହ କହିଥିଲେ ଯେ, ଭାରତ ବିଶ୍ବରେ ୧୬ ତମ ନୌବାଣିଜ୍ୟ ଦେଶ ତଥା ୭୫୧୭ କିଲୋମିଟର ବ୍ୟାପ୍ତ ଜଳପଥ ରହିଛି। ବିଲ୍ରେ ବନ୍ଦର ଗୁଡିକର ସଂପ୍ରସାରଣ ତଥା ଆଧୁନୀକିକରଣ ଭଳି ବ୍ୟବସ୍ଥା ସ୍ବାଗତଯୋଗ୍ୟ। କିନ୍ତୁ, ପାରାଦ୍ବୀପ ବନ୍ଦର ହସ୍ପିଟାଲରେ ଗତ ୩୦ ବର୍ଷରୁ କୌଣସି ବିକାଶ ହୋଇନାହିଁ। ବିଲ୍ରେ ବନ୍ଦରରେ ସିଏସ୍ଆର୍ (କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସବିଲିଟି) ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ କରାଯାଇଥିବାବେଳେ ପୂର୍ବରୁ ସିଏସ୍ଆର୍ ପ୍ରଭିଜିନର ବ୍ୟବସ୍ଥା ନଥିବା ତଥା ଏଦିଗରେ ପାଣ୍ଠି କାହିଁକି ବିନିଯୋଗ କରାଯାଇନଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହିତ, ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦରର ନାମକରଣ ପାଇଁ ସାଂସଦ ଶ୍ରୀ ସିଂହ ଦାବି କରିଥିଲେ।
Follow Us