ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଏକ ୩ୟ ତାଲିକା ପ୍ରକାଶ କରିଛି । ତୃତୀୟ ତାଲିକାରେ ବର୍ତ୍ତମାନର କରୱାଲ ନଗର ବିଧାୟକ ମୋହନ ସିଂ ବିଷ୍ଟଙ୍କୁ ମୁସ୍ତାଫାବାଦ ଆସନରୁ ଟିକେଟ ମିଳିଛି । ଗତକାଲି ପ୍ରକାଶିତ ଦ୍ୱିତୀୟ ତାଲିକାରେ କରାଓ୍ଵାଲ ନଗର ଆସନରୁ ବର୍ତ୍ତମାନର ବିଧାୟକ ମୋହନ ବିଷ୍ଟଙ୍କୁ ଟିକେଟ୍ ଦେବା ପରିବର୍ତ୍ତେ ବିଜେପି କପିଲ ମିଶ୍ରଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଥିଲା, ଯାହାକୁ ନେଇ ବିଧାୟକ ବିଷ୍ଟ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ।
ମୋହନ ସିଂ ବିଷ୍ଟ ମଧ୍ୟ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ଭାବପ୍ରବଣ ହୋଇ ଯାଇଥିଲେ ଏବଂ ବିଜେପି ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ସେ ଏହାକୁ ଗ୍ରହଣ କରିବେ ବୋଲି କାନ୍ଦିଥିଲେ। ଏହାର କିଛି ସମୟ ପରେ ଦଳ କେବଳ ଗୋଟିଏ ନାମର ତୃତୀୟ ତାଲିକା ଜାରି କରି ତାଙ୍କୁ ମୁସ୍ତାଫାବାଦ ଆସନରୁ ଟିକେଟ୍ ଦେଇଥିଲା।
ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ୨୯ ଜଣ ପ୍ରାର୍ଥୀଙ୍କ ନାମ ସହ ଦ୍ୱିତୀୟ ତାଲିକା ଜାରି କରିଥିଲା । ଏଥିରେ କପିଲ ମିଶ୍ରଙ୍କୁ କରାୱଲ ନଗରରୁ ଟିକେଟ ଯାଇଥିଲା ।
Follow Us