image source-newsstate.com
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମତଗଣନା ଜାରି ରହିଛି। ଏଠାକାର ୫୬ଟି ଆସନରେ ଆପ୍ ଆଗୁଆ ଥିବା ବେଳେ ବିଜେପି ୧୪ଟି ଆଗୁଆ ରହିଥିବା ଜଣାଯାଇଚି। ଏଭଳି ପରିସ୍ଥିତରେ ବିଜେପିର ଏକ ପୋଷ୍ଟର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟରରେ ଲେଖାଥିବା କିଛି ବାକ୍ୟ ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି।
ବିଜେପିର ଏହି ପୋଷ୍ଟରରେ ଲେଖାଅଛି ଯେ, ‘ବିଜୟୀ ହୋଇ ଆମେ ଅହଙ୍କାର କରୁନା, କି ପରାଜୟରେ ଆମେ ନିରାଶ ହେଉନା।’ ଏହି ପୋଷ୍ଟରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଥିବା ମଧ୍ୟ ଦେଖିବାକୁ ମିଳିଛି।
image source-oneindiaଏଣେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ମତରେ ଆପ୍ ଓ ବିଜେପି ମଧ୍ୟରେ ଆସନ ବ୍ୟବଧାନ ରହିଛି, ତଥାପି ସମୟ ଅଛି, ଆମେ ଏବେ ବି ଆଶାବାଦୀ ଯେ ବିଜେପି ଭଲ ପ୍ରଦର୍ଶନ କରିବ।’ ତେବେ, ଫଳାଫଳ ଯାହା ବି ହେବ, ସେଥିପାଇଁ ସେ ଦାୟୀ ବୋଲି କହିଛନ୍ତି ମନୋଜ ତିୱାରୀ।
ମିଳିଥିବା ସୂଚନା ଅନୁସାରେ ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଆପ୍ ସମର୍ଥକମାନେ ‘ଅଲ୍ ଦ ବେଷ୍ଟ’ ଲେଖିଛନ୍ତି । ଦଳ ପକ୍ଷରୁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି, କେବଳ ଫଳାଫଳକୁ ଅପେକ୍ଷା । ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ । ରୋଡ଼୍ ସୋ’ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଛି । ତେଣେ ଫଳାଫଳ ଆସିବା ପୂର୍ବରୁ ଆପ୍ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।
Follow Us